ଚଉଦ ବର୍ଷୀୟା ଭିନ୍ନକ୍ଷମ ନାବାଳିକା ସହ ଦୁଷ୍କର୍ମ

0
280
ଚଉଦ ବର୍ଷୀୟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୧/୦୩) : ଚଉଦ ବର୍ଷୀୟା ଭିନ୍ନକ୍ଷମ ନାବାଳିକା କୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦୁଷ୍କର୍ମ ଘଟଣା ନେଇ ୨୦୨୦ ମସିହାରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇ ଥିଲା ।

ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ଏପରି ଅଭାବନୀୟ ଘଟଣା ଘଟେଇ ଥିବା ଅଭିଯୁକ୍ତ କୁ ଗିରଫ କରାଯାଇଥିବା ବେଳେ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ରେ ଖଲାସ ହୋଇ ଯିବା ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାୟ ଭିକ୍ଷା କରିଛନ୍ତି ପରିବାର ଲୋକେ । ପ୍ରକାଶ ଯେ, ଟିଟିଲାଗଡ ନିକଟସ୍ଥ ଯୁଗିରଥା ଗ୍ରାମର,, ଶ୍ରୀମତୀ ସୁନା ନାମ୍ନୀ ଜଣେ ବିଧବା ମହିଳା ଙ୍କ ୧୦ ବର୍ଷ ବୟସର ଭିନ୍ନକ୍ଷମ ପୁଅ ଡୋଲାମଣି ସୁନା କୁ ରକ୍ତ ହୀନତା ରେ ପୀଡ଼ିତ ହୋଇ ଥିବା ଯୋଗୁଁ ପ୍ରତି ଏକ ମାସ ରୁ ଦୁଇ ମାସ ବ୍ୟବଧାନ ରେ ରକ୍ତ ଦେବା ପାଇଁ ଆସୁଥିଲେ । ଉକ୍ତ ଡୋଳାମଣି ସହ ତାଙ୍କ ଚଉଦ ବର୍ଷୀୟା ଭିନ୍ନକ୍ଷମ ନାବାଳିକା ହିମନି ସୁନା (ଛଦ୍ମନାମ)କୁ ସାଙ୍ଗରେ ନେଇ ଆସୁଥିବା ବେଳେ ଡ଼ାକ୍ତରଖାନା ନିକଟସ୍ଥ ଆହାର କେନ୍ଦ୍ର ରେ କାର୍ଯ୍ୟରତ ଥିବା ମଦନ ଆଡଯୁଏଟ (୪୫) ନାମକ ଜଣେ ବିବାହିତ ବ୍ୟକ୍ତି ର କୁଦୃଷ୍ଟି ଉକ୍ତ ହିମାନି ଉପରେ ପଡିଥିଲା ।

ଗତ ତା୨୬/୦୯/୨୦୨୦ରିଖ ରାତି ରେ ଉକ୍ତ ମଦନ ହିମାନି ଥିବା ଉପର ମହଲରେ ଏକୁଟିଆ ରହିବା ସୁଯୋଗ ନେଇ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲା । ମାନସିକ ଓ ଶାରିରୀକ ଉକ୍ତ ହିମାନି କୁ ଭୟଭୀତ କରି ଏଭଳି ଅନୈତିକ ସମ୍ପର୍କ ସ୍ଥାପନ କରି ଥିବାବେଳେ ତାର ଶାରିରୀକ ଅସୁସ୍ଥତା ଓ ବାନ୍ତି ବନ୍ଦ ନ ହେବା ଯୋଗୁଁ ଟିଟିଲାଗଡ ଡାକ୍ତରଖାନା କୁ ଉକ୍ତ ବିଧବା ମାଁ ଓ ତାଙ୍କ ଅବିବାହିତ ଭଉଣୀ ସହ ଆଣି ଭର୍ତ୍ତି କରିଥିଲେ । ଡାକ୍ତର ଙ୍କ ପରାମର୍ଶ କ୍ରମେ ଚିକିତ୍ସା ସହ ବିଭିନ୍ନ ପ୍ରକାର ପରୀକ୍ଷା ପରେ ସେ ଗର୍ଭବତୀ ଥିବା ଜଣାଯାଇ ଥିଲା । ଏ ନେଇ ହିମାନି ସହ ଉକ୍ତ ଅଭିଯୁକ୍ତ କରିଥିବା ଦୁଷ୍କର୍ମ ନେଇ ତାଙ୍କ ମାଁ ପୋଲିସ ର ଦ୍ୱାରସ୍ଥ ହୋଇଥିଲେ । ତତ୍କାଳୀନ ଡିଏସପି ଏହି ଘଟଣା ନେଇ ସବିଶେଷ ତଦନ୍ତ ସହ ଗତ ତା୧୮/୦୧/୨୦୨୧ରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଉକ୍ତ ଅଭିଯୁକ୍ତ ପକ୍ଷରୁ ଅର୍ଥ ପ୍ରଲୋଭନ ଦେଖାଇବା ସହ ବିଭିନ୍ନ ପ୍ରକାର ଧମକ, ଚମକ ଦେଇ ଘଟଣା କୁ ଚପେଇ ଦେବା ଉଦ୍ୟମ କରି ଥିବା ସତ୍ତ୍ବେ ସେମାନେ ଉକ୍ତ ଦୋଷୀ ଦଣ୍ଡ ପାଉ ବୋଲି ନ୍ୟାୟ ଚାହିଁଥିଲେ । ଅର୍ଥ ବଳରେ ଉକ୍ତ ଅଭିଯୁକ୍ତ ରାଜ୍ୟ ଉଚ୍ଚ ନ୍ୟାୟାଳୟ ର ଦ୍ଵାରସ୍ଥ ହୋଇଥିବା ବେଳେ ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ରେ ଖଲାସ ନ ହେଉ ବୋଲି ହିମାନୀ ଙ୍କ ମାଆ ଓ ମାଉସୀ ପ୍ରକାଶ କରିଛନ୍ତି । ଗତ ତା ୨୭/୦୨/୨୦୨୩ ରିଖ ରେ ଟିଟିଲାଗଡ କୋର୍ଟ ରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଓ ଅନ୍ୟ ସମସ୍ତ ସାକ୍ଷୀ ଏ ଘଟଣା ନେଇ କିଛି ନଜାଣିବା ଅଦାଲତ ରେ ପ୍ରକାଶ କରିଛନ୍ତି ବୋଲି ଜଣେଇଛନ୍ତି ।

ବର୍ତ୍ତମାନ କୁମାରୀ ମାତୃତ୍ଵ ର ବୋଝ ସହ ଏକ କଅଁଳ ଶିଶୁ କନ୍ୟା ଓ ଭିନ୍ନକ୍ଷମ ରକ୍ତ ହୀନତା ରେ ପୀଡ଼ିତ ଥିବା ପୁଅ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ବେଳେ ହିମାନି ଙ୍କ ତରଫରୁ କେବଳ ସି,ସି ଟିଭି ଫୁଟେଜ ଓ ଡି,ଏନ୍,ଏ ପରୀକ୍ଷା ରିପୋର୍ଟ୍ ଥିବା ସହ ଉକ୍ତ ଶିଶୁକନ୍ୟା ହିଁ ପ୍ରମାଣ ବୋଲି ପ୍ରକାଶ କରିଛନ୍ତି । ଉକ୍ତ ଶିଶୁ କନ୍ୟା ସହ ଦୁଇ ଭିନ୍ନକ୍ଷମ ସନ୍ତାନ ପୁଷ୍ଟିହୀନତା ଯୋଗୁଁ ଗୁରୁତର ଅବସ୍ଥାରେ ଟିଟିଲାଗଡ ଡାକ୍ତରଖାନା ଶିଶୁ ବିଭାଗ ରେ ଚିକିତ୍ସାଧୀନ ଅଛନ୍ତି। ଆଇନ୍ ଅନୁଯାୟୀ ଉକ୍ତ ଅଭିଯୁକ୍ତ ଅର୍ଥ ବଳରେ ଖସି ନ ଯାଉ ବୋଲି ଆମ ନିକଟରେ ଗୁହାରି କରି ନ୍ୟାୟ ଭିକ୍ଷା କରିଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ, ଭିନ୍ନକ୍ଷମ ପୁଅ ଡୋଳାମଣି ର ଅଧିକ ଚିକିତ୍ସା ଆବଶ୍ୟକ ଥିବା ଓ ଉକ୍ତ ହିମାନି ତଥା ତାଙ୍କ ଶିଶୁ କନ୍ୟା ନିମନ୍ତେ ପ୍ରଶାସନିକ ସ୍ତରରୁ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ଦୃଢ଼ ଦାବି ହେଉଛି ।