ନାରୀ ସଶକ୍ତିକରଣକୁ ଗୁରୁତ୍ବାରୋପ କଲା କଳାଞ୍ଜିୟମ୍ ମହାସଙ୍ଘ

0
165
ନାରୀ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧/୩) : ନାରୀ ସଶକ୍ତିକରଣକୁ ଗୁରୁତ୍ବାରୋପ କଲା ବୋରିଗୁମ୍ମା ଓ ବି.ସିଂହପୁର କାଳେଞ୍ଜିୟମ୍ ମହାସଙ୍ଘର ଏକ ବିରାଟ ଶୋଭାଯାତ୍ରା ଓ ସମାରୋହ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।

ନାରୀ ସଶକ୍ତିକରଣକୁ ଗୁରୁତ୍ବାରୋପ କଲା କଳାଞ୍ଜିୟମ୍ ମହାସଙ୍ଘ ର ମହାସଭାରେ ମୂଖ୍ୟ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତି ଗାୟତ୍ରୀ ବାହିନୀପତି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବୋରିଗୁମ୍ମା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ସନ୍ଦୀପ କୁମାର ସିହ୍ନା, ୟୁନିଅନ୍ ବ୍ୟାଙ୍କର ଶାଖା ପରିଚାଳକ ଅଚ୍ୟୁତାନନ୍ଦ ସାହୁ, ସହାୟକ ଉଦ୍ୟାନ କୃଷି ଅଧିକାରୀ ହୃଷିକେଶ ପଣ୍ଡା, ପଶୁ ଡାକ୍ତର ପ୍ରଭାତ କୁମାର ଜେନା, ଧାନ ଫାଉଣ୍ଡେସନ ପ୍ରୋଗ୍ରାମ ଲିଡର ଏ.ରମେଶ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ବୋରିଗୁମ୍ମା ଉପ ଡାକଘର ନିକଟରୁ ମହିଳାଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ମିନି ଷ୍ଟାଡିୟମ ଠାରେ ପହଞ୍ଚି ଥିଲା ।

ମଞ୍ଚାସୀନ ଅତିଥିମାନେ ନାରୀ ସଶକ୍ତିକରଣକୁ ଗୁରୁତ୍ୱାରୋପ କରି ବାଲ୍ୟ ବିବାହ ନିରୋଧ, ପୁଷ୍ଟିକର ଖାଦ୍ୟର ଉପାଦେୟତା ଯଥା ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର, ବୃକ୍ଷ ରୋପଣ, ସଡକ ସୁରକ୍ଷା ପ୍ରମୁଖ ସମ୍ବେଦନଶୀଳ ପ୍ରସଙ୍ଗ ଗୁଡିକ ଉପରେ ନିଜ ନିଜ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ଧାନ ଫାଉଣ୍ଡେସନ ସଂଯୋଜକ ସଦାଶିବ ଗୌଡ ମଞ୍ଚ ପରିଚାଳନା କରିବା ସହ ଏକ ମୂଲ୍ୟ ଆଧାରିତ ସମାଜ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଳାରାମ ଭୁମିଆ, ସୁରେଶ ସାହୁ, ଚନ୍ଦ୍ରଶେଖର ବିଷୋୟୀ, ଅନିତା ପ୍ରଧାନ, ବାଲେଶ୍ୱର ହରିଜନ, ପ୍ରମିଳା ହିଆଲ, ରୁତୁ ମାଧୁରୀ ସରୁ, କୁନୁ ପାଇକ, ସୋମନାଥ ଭୁମିଆ, ଅଞ୍ଜଳୀ ମଣ୍ଡଳ ପ୍ରମୁଖ ଯୋଗଦାନ କରି ଥିବା ବେଳେ ସମସ୍ତ ପଞ୍ଚାୟତର ଶତାଧିକ ମହିଳା ଉପସ୍ଥିତ ଥିଲେ ।