ଆଇସକ୍ରିମ ପାର୍ଲର ଓ ଏଗ୍ରିମଲ ର ଲୋକାର୍ପଣ କଲେ ଜିଲ୍ଲାପାଳ

0
153
ଆଇସକ୍ରିମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୩) : ଆଇସକ୍ରିମ ପାର୍ଲର ଓ ଏଗ୍ରିମଲ ର ଲୋକାର୍ପଣ କଲେ ଜିଲ୍ଲାପାଳ । ଜିଲ୍ଲା ଏକ ଉତ୍ପାଦ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଲାରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ଜିଲ୍ଲାରେ ୨୦,୦୦୦ ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତା’ର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ କରାଯାଇ ଏକ ସୁ-ବ୍ୟବସ୍ଥିତ ଢଙ୍ଗରେ ବଜାରୀ କରଣ କରାଯାଇ ପାରିଛି । ଏହାକୁ ସଫଳ ଏବଂ ଭବିଷ୍ୟତ ଦୃଢ଼ୀଭୂତ ବଜାର ନିମନ୍ତେ ଜିଲ୍ଲା ମିଶନ ଶକ୍ତିଦ୍ୱାରା ଗଠିତ ସୁବର୍ଣ୍ଣାଶ୍ରୀ ଉତ୍ପାଦକ କମ୍ପାନୀ ତତ୍ୱାବଧାନରେ ରାଧାକୃଷ୍ଣ ମହିଳା ଗୋଷ୍ଠୀ ଦ୍ୱାରା ଆମ୍ବ ଆଇସକ୍ରିମ ର ସଫଳ ବଜାରୀକରଣ ନିମନ୍ତେ ଆବଶ୍ୟକ ସୁବ୍ୟବସ୍ଥା ଓ ପରିଚାଳନା କରାଯାଉଛି । ପୁନଶ୍ଚ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସହ ଜିଲ୍ଲାରେ ମାଁ ମାନଙ୍କୁ ଆର୍ଥିକ ସମୃଦ୍ଧି ତଥା ଆତ୍ମନିର୍ଭର ଲକ୍ଷ୍ୟରେ ଆଜି ସୋନପୁର ସହର ସ୍ଥିତ ବ୍ଲକ ମିଶନ ଶକ୍ତି ଗୃହ ଠାରେ ଏକ ବ୍ୟବସ୍ଥିତ ଆଇସକ୍ରିମ ପାର୍ଲର ସର୍ବ ସାଧାରଣଙ୍କୁ ଉପଲବ୍ଧ କରାଇବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ କରକମଳରେ ଉଦଘାଟନ ହୋଇଯାଇଛି ।

ଏହି ଆଇସକ୍ରିମ ପାର୍ଲର ରେ ଶତ ପ୍ରତିଶତ ପ୍ରାକୃତିକ ପ୍ରସ୍ତୁତ ଷ୍ଟ୍ରବେରୀ, ଗୁଆଭା, କଷ୍ଟାର୍ଡ ଓ ଆମ୍ବ ର ସମସ୍ତ ପ୍ରକାରର ଆଇସକ୍ରିମ ସୁଲଭ ମୂଲ୍ୟ ରେ ଉପଲବ୍ଧ ରହିଛି । ପୁନଶ୍ଚ ଜିଲ୍ଲାର ଜନସାଧାରଣ ଙ୍କୁ କୃଷିଜାତଦ୍ରବ୍ୟ ରୁ ପ୍ରସ୍ତୁତ ଶତପ୍ରତିଶତ ପ୍ରାକୃତିକ ଉତ୍ପାଦ ର ଉପଲବ୍ଧତା ତଥା ଜିଲ୍ଲାର କୃଷକ ଓ କୃଷି ଉତ୍ପାଦକଙ୍କୁ ବ୍ୟବସ୍ଥିତ ଓ ସୁ ନିଶ୍ଚିତ ବଜାରୀକରଣ ନିମନ୍ତେ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆଜି ସ୍ଥାନୀୟ ସୁରେଶ୍ୱରୀ ମନ୍ଦିର ପ୍ରବେଶ ପଥ ସମ୍ମୁଖ ପାଖରେ ଜିଲ୍ଲା ଓରମାସ ଏବଂ ମିଶନ ଶକ୍ତି ର ଏଗ୍ରି ମଲ କୁ ମଧ୍ୟ ମାନନୀୟା ଜିଲ୍ଲାପାଳ ଉଦଘାଟନ କରି ଲୋକାର୍ପଣ କରିଛନ୍ତି ।

କୃଷିଜାତ ରୁ ପ୍ରସ୍ତୁତ ଉତ୍ପାଦ ଜିଲ୍ଲାର ଅନ୍ୟ ମାନଙ୍କୁ ରୋଜଗାର ଓ ଆର୍ଥିକ ସ୍ୱଚ୍ଛଳ କରିବା ସହ ପ୍ରେରଣାଦାୟୀ ହୋଇପାରିବ । ଏହି ଉଦଘାଟନ ଅବସରରେ ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଜି ଏମ ଡି ଆଇ ସି ବଳଭଦ୍ର ନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହୃଷିକେଶ ଦାଶ, ଡେପୁଟି ସି ଇ ଓ ଓରମାସ ଯୁବରାଜ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଡି ପି ଏମ ଫ୍ରାନସିସ ଲାକ୍ରା, ଓଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ତଥା ଜିଲ୍ଲା ଉତ୍ପାଦକ ଗୋଷ୍ଠୀ ସୁବର୍ଣ୍ଣାଶ୍ରୀ, ବି ଲ ଏଫ ଓ ରାଧା କୃଷ୍ଣ SHG ର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ ।