ଗ୍ୟାସ କଟର ରେ କାଟି ଏଟିଏମରୁ ଟଙ୍କା ଲୁଟ୍‌

0
109
ଗ୍ୟାସ କଟର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୦୬/୦୩) : ଖୋର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ଏଟିଏମ ଲୁଟେରା । ରାତିରେ ଏଟିଏମ ଭାଗିଂ ଗ୍ୟାସ କଟର ରେ କାଟି ଏଟିଏମରୁ ଟଙ୍କା ଲୁଟି ନେଉଛନ୍ତି ଲୁଟେରା ।

ଦୁଇଦିନ ବ୍ୟବଧାନରେ ଦୁଇଟି ଏଟିଏମ ଭାଗିଂ ଲୁଟ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଗୋଟିଏ ଏଟିଏମରୁ ଲୁଟ କରିବାରେ ସଫଳ ହୋଇଥିଲା ବେଳେ ଅନ୍ୟ ଗୋଟିଏ ଏଟିଏମ ଲୁଟରେ ବିଫଳ ହୋଇଛନ୍ତି ଲୁଟେରା । ପୋଲିସର ଢିଲା ପେଟ୍ରୋଲିଂ ଅଭାବରୁ ଅଟିଏମ ଲୁଟେରା ସକ୍ରିୟ ହୋଇଥିବା ଜଣାପଡିଛି । ନିରାକାରପୁର ଥାନା ଅନ୍ତର୍ଗତ ଗେଟ ବଜାର ଠାରେ ଥିବା କାନାରା ଏଟିଏମ ଭିତରେ ୪ତାରିଖ ବିଳମ୍ବିତ ରାତିରେ ଏକ କାରରେ ଲୁଟେରାମାନେ ଆସି ଏଟିଏମରେ ଲାଗିଥିବା ସିସିଟିଭିରେ କଳା ରଗଂ ବୋଳି ଏଟିଏମ ସିଗନାଲ ତାର କାଟି ଟଙ୍କା ଲୁଟିନେବାକୁ ଉଦ୍ୟମ କରୁଥିବା ବେଳେ ରାତ୍ର ଜଗୁଆଳି ପହଞ୍ଚି ଯିବାରୁ ଲୁଟେରା ମାନେ ଗାଡିରେ ବସି ଫେରାର ହୋଇଥିଲେ । ସେହିପରି ୫ତାରିଖ ବିଳମ୍ବିତ ରାତିରେ ନୂଆ ଜଗନ୍ନାଥ ସଡକ ଜଂକିଆ ବଜାର ନିକଟରେ ଥିବା ଏସବିଆଇ ଏଟିଏମରୁ ଗ୍ୟାସ କଟର ରେ କାଟି ଟଙ୍କା ଲୁଟ କରି ନେଇଛନ୍ତି ଲୁଟେରା । ଏଟିଏମ ରେ ଲାଗିଥିବା ସିସିଟିଭିରେ କଳା ରଗଂ ମାରି ଗ୍ୟାସ କଟର ରେ କାଟି ସମସ୍ତ ଟଙ୍କା ଲୁଟିନେଲେ ଲୂଟେରା । ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।