ଅଲେଖ ମହିମା ମଠ ଠାରେ ଧର୍ମlବଲମ୍ବୀ ସାଧୁ ସନ୍ଥ ଓ ଭକ୍ତ ଙ୍କ ନବାନ୍ନ ଉତ୍ସବ

0
322

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୨୨/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଅଲେଖ ମହିମା ମଠ ଠାରେ ଆଜି ନବାନ୍ନ ଉତ୍ସବ ଆୟୋଜିତ ହୋଇଯାଇଛି |

ସୂଚନା ନୁଯାଇ ଅଲେଖ ମହିମା ଧର୍ମ ର ପ୍ରଚାର ପ୍ରସାର ପାଇଁ କୋଇଲିସୂତା ଗ୍ରାମରେ ୧୦ ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିଲା ଏହି ମଠ | ମଠା ଧୀଶ ନିରଞ୍ଜନ ଦାସ ଙ୍କ ତତ୍ଵା ବଧାନରେ ଏହି ୧୦ ବର୍ଷ ଠାରୁ ମହିମା ଧର୍ମ ର ପ୍ରଚାର, ପ୍ରସାର ଧୀରେ ଧୀରେ ବିସ୍ତାର କରି ଚାଲିଛି ଏବଂ ଏହି ଦିନ ଠାରୁ ପ୍ରତି ବର୍ଷ ଶ୍ରାବଣ ମାସ ଚତୁର୍ଦଶୀ ପୂର୍ଣ୍ଣମା ଦୀନ ନବlନ୍ହ ବା ବାର୍ଷିକ ନୂଆଖାଇ ଉତ୍ସବ ପାଳିତ ହେଉଛି |

ଏହି ଦୁଇଦିନ ବୌଦ୍ଧ, ଫୁଲବାଣୀ, ସୋନପୁର, ଅନଗୁଳ ଜିଲ୍ଲା ସହିତ ଅନ୍ୟ ଜିଲ୍ଲା ଗୁଡିକ ର ଶହଶହ ଅଲେଖ ମହିମା ଧର୍ମlବଲମ୍ବୀ ସାଧୁ, ସନ୍ଥ, ଓ ଭକ୍ତ ମାନେ ନବlନ୍ହ ଉତ୍ସବ ରେ ସମାଗମ ହୁଅନ୍ତି |

ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ମଠ ରେ ଉତ୍ସବ ବିନା ଭକ୍ତ ରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ସରକାରଙ୍କ କରୋନା ମହାମାରୀ ର ସବୁନିୟମ କୁ ପାଳନ କରି ମଠା ଧୀଶ ନିରଞ୍ଜନ ଦାସ ଙ୍କ ଉପସ୍ଥିତ ରେ ହୋମ ଯଜ୍ଞ ,ଅନ୍ନ ଯଂଜ୍ଞ ସହିତ, ନାମ ସଂକୀତନ୍ୟ ହରିବୋଲ ହୁଳହୁଳି ରେ ଏହି ଉତ୍ସବ ଟି ବହୁ ସମାରୋହରେ ପାଳିତ ହୋଇଛି |