ସୁଶାସନ ସମ୍ଭନ୍ଧରେ ଦିନିକିଆ ତାଳିମ ଶିବିର ଅନୁଷ୍ଠିତ : ବିଭିନ୍ନ ସରାକାରୀ ଯୋଜନା ସମ୍ଭନ୍ଧରେ ପ୍ରଶିକ୍ଷଣ

0
165

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରିଗୁଡା, (୨୨/୦୮) : ବୈପାରିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ସଭାଗୃହ ଠାରେ ସି.ଡବ୍ଲୁ.ସି ( ସେଣ୍ଟର ଫର ୱାଲ୍ଡ ସଲିଟେରିଟି ) ପକ୍ଷରୁ ସୁଶାସନ ସମ୍ଭନ୍ଧରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେବାରାମ ମେହେର, ସମ୍ମାନିୟ ଅତିଥି ମଧ୍ୟରୁ ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଗୁପ୍ତା, ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ରାମପ୍ରସାଦ ଦୋରା ଯୋଗ ଦେଇଥିବା ବେଳେ ପ୍ରଶିକ୍ଷକ ଭାବେ ସୁବ୍ରତ କୁମାର ସାହୁ ଏବଂ ଚକ୍ର ବୈରାଗି ଯୋଗ ଦେଇ ଯୁବ ନେତୃତ୍ୟ, ଗ୍ରାମ ସଭା, ପଲ୍ଲି ସଭା ର କ୍ଷମତା, ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଏବଂ ବିଭିନ୍ନ ସରାକାରୀ ଯୋଜନା ଓ ସୁଶାସନ ସମ୍ଭନ୍ଧରେ ପ୍ରଶିକ୍ଷଣ ଦେଇଥିଲେ l

ଏଥିରେ ମହୁଲି, ଦୋରାଗୁଡା, ମାଠପଡା, ଦଶମନ୍ତପୁର, ମାଝୀଗୁଡା, କାଠପଡା ପଂଚାୟତର ୭୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ l