କାଲିଠୁ ପିଲାଏ ଦେବେ ବୋର୍ଡ ପରୀକ୍ଷା

0
142
କାଲିଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୯/୦୩) : ଆସନ୍ତା କାଲିଠୁ ମାଟ୍ରିକ ସମେଟିଭ୍ ୨ ପରୀକ୍ଷା । ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ଏକ ୪୦ ହଜାର ୨୪୭ ଜଣ । ୩୨୧୮ ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା ।

କାଲିଠୁ ମାଟ୍ରିକ ବୋର୍ଡ ପରୀକ୍ଷା । ସକାଳ ୮ ରୁ ୧୦ ଟା ପର୍ଯ୍ୟନ୍ତ ପରୀକ୍ଷା ହେବ ବୋଲି ଜଣାପଡିଛି । ପ୍ରଥମ ପରୀକ୍ଷା ଦିନ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ର ଏକ ଘଣ୍ଟା ପୂର୍ବରୁ ପହଞ୍ଚିବେ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ପେନ୍ , ଆର୍ଡମିଟ୍ କାର୍ଡ ଓ ଜୋମେଟ୍ରି ବକ୍ସ ନେଇ ଯିବେ । ୩୧୬ ଟି ନୋଡାଲ ସେଣ୍ଟର କରିଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । କପି ରୋକିବା ପାଇଁ ମୋଟ ୭୪ ଟି ସ୍କାଡ ଗଠନ କରାଯାଇଥିବାବେଳେ ସେଥିମଧ୍ୟରୁ ବୋର୍ଡ ପକ୍ଷରୁ କରାଯାଇଛି ୩୬ ଟି ସ୍କ୍ୱାଡ୍ । ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ମୋବାଇଲ ମନା । ରେଗୁଲାର, ମଧ୍ୟମା ଏବଂ ଅନ୍ୟ ସମସ୍ତଙ୍କ ପାଇଁ ପ୍ରଶ୍ନ ସମାନ ରହିବ । ବୋର୍ଡ ସଭାପତି ରାମାଶିଷ ହାଜରା ଓ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସୂଚନା ।