ମାଁ ଖଡିଆ ଦେବୀ ପାଣି ପଞ୍ଚାୟତର ଧାନ କିଣାକୁ ବିରୋଧ

0
150
ମାଁ ଖଡିଆ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୮/୩) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ମୂର୍ତ୍ତାହାଣ୍ଡି ଗ୍ରାମପଞ୍ଚଯାତ ଓ ମାଁ ଖଡିଆ ଦେବୀ ପାଣି ପଞ୍ଚାୟତର ର ଜନ ପ୍ରତିନିଧି ଏବଂ ଗ୍ରାମବାସୀ ମାନେ କୋଟପାଡ଼ ଲ୍ୟାମ୍ପ୍ସ ଦ୍ୱାରା ଧାନ କ୍ରୟ କରି ଦଲାଲ ମୁକ୍ତ ମଣ୍ଡି କରିବା ପାଇଁ ସୋମବାର କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ଯାଇଛି ।WhatsApp Image 2023 03 09 at 15.03.55 1 ମାଁ ଖଡିଆ ଦେବୀ ପାଣି ପଞ୍ଚାୟତର ଧାନ କିଣାକୁ ବିରୋଧ

ସୂଚନା ଅନୁଯାୟୀ ମାଁ ଖଡିଆ ଦେବୀ ପାଣି ପଞ୍ଚାୟତକୁ ଧାନ କିଣିବା ପାଇଁ ପଞ୍ଜୀକରଣ କରିବା ପୂର୍ବରୁ ପ୍ରଶାସନ ପକ୍ଷରୁ ପଞ୍ଚାୟତରେ ସୂଚନା ପ୍ରଦାନ କରି କିମ୍ବା ନୋଟିସ୍ ଲଗାଇ ଅନ୍ୟ ସମସ୍ତ ଦକ୍ଷ ଓ ଧାନ କ୍ରୟ ପାଇଁ ଇତ୍ସୁକ ପାଣି ପଞ୍ଚାୟତ ମାନଙ୍କୁ ଆବେଦନ ପାଇଁ ସୁଯୋଗ ଦେବା କଥା, କିନ୍ତୁ ଏପରି କରାଯାଇ ନାହିଁ । ବିଭିିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପାଣି ପଞ୍ଚାୟତ ନାମରେ ଧାନ କ୍ରୟ କରିବା ପାଇଁ ଦଲାଲ ମାନେ ଅନୁରୁପ ଭାବେ ପଞ୍ଜିକୃତ କରି ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଜଳ ସେଚିତ ଓ ଅଣ ଜଳସେଚିତ ଜମି, ଡଙ୍ଗର ଜମି ସମେତ ଅଣ ଚାଷୀଙ୍କ ନାମକୁ ପଞ୍ଜି କରଣ କରି ମାଲାମାଲ ହୋଇଥାନ୍ତି । ଫଳରେ ପ୍ରକୃତ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ଥାଏ ।

ତେଣୁ ଆମ ପଞ୍ଚାୟତରେ ଯେଉଁ ପାଣି ପଞ୍ଚାୟତକୁ ଖରିଫ ଧାନ କିଣିବା ପାଇଁ ପଞ୍ଜିକରଣ କରାଯାଇଛି ତାହାକୁ ତୁରନ୍ତ ରଦ୍ଦ କରିବା ପାଇଁ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ଉପ- ଜିଲ୍ଲାପାଳ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଜଣାଇଛୁ ବୋଲି ଚାଷୀ ମାନେ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ସହଦେବ ରନ୍ଧାରୀ, ସମିତି ସଭ୍ୟ ଗୁରନାଥ ହରିଜନ, ଜଗବନ୍ଧୁ ସମରଥ, ନୀଳକଣ୍ଠ ନାୟକ, ରଞ୍ଜିତ ବିଶୋଇଙ୍କ ସମେତ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିବା ଜଣା ଯାଇଛି । ପ୍ରଶାସନ ର ପଦେକ୍ଷପକୁ ଅପେକ୍ଷା କରିଛୁ ନଚେତ ଛତିଶଗଡ଼ ସୀମାନ୍ତରେ ଅନସନରେ ବସିବୁ ବୋଲି ଚାଷୀ ମାନେ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ଜଣା ଯାଇଛି ।