ଷ୍ଟେରିଂ ଛାଡି ରାଜରାସ୍ତାରେ ଡ୍ରାଇଭର ସଂଘ

0
99
ଷ୍ଟେରିଂ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୧୫/୩) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ର ଓଡ଼ିଶା ଡ୍ରାଇଭର ମହାସଙ୍ଘ ଗୁଡ଼ାରି ଶାଖା ପକ୍ଷରୁ ଆଜି ବ୍ଲକ ର ସମସ୍ତ ଡ୍ରାଇଭର ଭାଇ ରାଜ୍ୟ ସଙ୍ଘ ର ନିଷ୍ପତ୍ତି କ୍ରମେ ଷ୍ଟେରିଂ ଛାଡି ରାଜ ରାସ୍ତା ରେ ଧାରଣା ରେ ବସିଛନ୍ତି ।WhatsApp Image 2023 03 15 at 18.15.49 1 ଷ୍ଟେରିଂ ଛାଡି ରାଜରାସ୍ତାରେ ଡ୍ରାଇଭର ସଂଘ

ସହର ର ସ୍ଥାନୀୟ RMC ଗୋଦାମ ସମୁଖରେ ଏବଂ ବାଦୀଗୁଡ଼ା ଛକ ନିକଟରେ ଡ୍ରାଇଭର ଭାଇ ମାନେ ଟେଣ୍ଟ ତଳେ ସରକାରଙ୍କ ଠାରେ ରଖିଥିବା ୧୦ ଦଫା ଦାବି ଗୁଡିକ ପ୍ଲା କାର୍ଡରେ ଲେଖି ଧାରଣା ରେ ବସିଛନ୍ତି । ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଷ୍ଟେରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ସୂଚନା ଦେଇଛନ୍ତି । ବସ ଷ୍ଟାଣ୍ଡ ରେ ବସ ଗୁଡିକ ରହିଥିବା ବେଳେ ସହରକୁ ଚଳାଚଳ କରୁଥିବା ସମସ୍ତ ଗାଡି ମୋଟର ବନ୍ଦ ଅଛି । ଯାତାୟାତ ର ସୁବିଧା ନଥିବାରୁ ଯାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।