ଦ୍ଵିତୀୟ ଦିନ ରେ ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ

0
96
ଦ୍ଵିତୀୟ ଦିନ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୬/୩) : ଓଡିଶା ଡ୍ରାଇଭର ମହାସଂଘର ଡାକରା କ୍ରମେ ସବୁ ସ୍ଥାନ ପରି ବୋରିଗୁମ୍ମାରେ ଦ୍ଵିତୀୟ ଦିନ ରେ ମଧ୍ୟ ବୋରିଗୁମ୍ମା ଡ୍ରାଇଭର ମହାସଂଘର ସଭାପତି ମାଧବ ନାୟକଙ୍କ ନେତୃତ୍ୱରେ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକରେ ଆନ୍ଦୋଳନାତ୍ମକ ଧାରଣା ଦେଖିବାକୁ ମିଳିଛି ।WhatsApp Image 2023 03 16 at 14.56.14 ଦ୍ଵିତୀୟ ଦିନ ରେ ଡ୍ରାଇଭର ମହାସଙ୍ଘର ଆନ୍ଦୋଳନ

ସରକାର ଡ୍ରାଇଭର ମହାସଙ୍ଘର ଦାବୀ ନ ଶୁଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହାସଙ୍ଘ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନକୁ ଓଡିଶା ମୋଟର ଚାଳକ ସଙ୍ଘ ସମର୍ଥନ କରୁଥିବା ଜଣାପଡିଛି । ବୋରିଗୁମ୍ମା ନୀଳମାଧବ ମୋଟର ଚାଳକ ସଂଘ ସମର୍ଥନ କରୁଥିବା ଜଣାପଡିଛି । ଆନ୍ଦୋଳନ ର ଦ୍ଵିତୀୟ ଦିନ ରେ ବୋରିଗୁମ୍ମା ସଂଘର ଉପ ସଭାପତି ବିନୋଦ ହରିଜନ, ସମ୍ପାଦକ ସୁଜିତ କୁମାର ସାହୁ, ସହ ସମ୍ପାଦକ ରମେଶ ଚନ୍ଦ୍ର ମାଝୀ, କୋଷାଧ୍ୟକ୍ଷ କାଳୀପ୍ରସାଦ ପଟ୍ଟନାୟକ, ଜଗଦୀଶ ନାୟକ, ପଦ୍ମନ ଭୁମିଆଙ୍କ ସମେତ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇ ଥିବା ଜଣାପଡିଛି ।