ପ୍ରଶାସନିକ ସ୍ତରରେ ବ୍ୟାପକ ଅନିୟମିତତା ନେଇ ସାଧାରଣ ଦୁର୍ଦ୍ଦଶା ର ଶିକାର,ଦାୟୀ କିଏ ?

0
194
ପ୍ରଶାସନିକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୮/୦୩) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ବ୍ୟାପକ ଅନିୟମିତତା ଯୋଗୁଁ ପ୍ରଶାସନିକ ସ୍ତରରେ ବ୍ୟାପକ ଅନିୟମିତତା ନେଇ ସଧାରଣ ଲୋକେ ମାତ୍ରାଧିକ ଦୁର୍ଦ୍ଦଶା ଦିର୍ଘବର୍ଷ ଧରି ଭୋଗ କରିଆସୁଛନ୍ତି ।

ପ୍ରଶାସନିକ ସ୍ତରରେ ବ୍ୟାପକ ଅନିୟମିତତା ନେଇ ସାଧାରଣ ଦୁର୍ଦ୍ଦଶା ର ଶିକାର । ପ୍ରଶାସନ ପକ୍ଷରୁ ସରକାରୀ ଭାବେ କେବଳ କାଗଜ, ପତ୍ର ରେ କାର୍ଯ୍ୟ ଦର୍ଶାଇ ଦେଇ ନିଜ ଦରମା ଟଙ୍କା ପାଇବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏପରିକି ମାସକୁ ନିଜ କାର୍ଯ୍ୟାଳୟ ମନଇଛା ୧୦/୧୫ ଦିନ ଆସିଲେ ବହୁତ । ସେହିଭଳି ନିଜେ ସ୍ଥାନୀୟ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ତଥା ଅତିରିକ୍ତ ଉପ ଜିଲ୍ଲାପାଳ ମଧ୍ୟ ନିଜ କାର୍ଯ୍ୟାଳୟ ରେ ନ ରହୁଥିବା ବେଳେ ସାଧାରଣ ନିଜ ଆବେଦନ, ନିବେଦନ କରିବା ନିମନ୍ତେ ଆସିବା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଧାଇଁ, ଧାଇଁ ନିରାଶ ହେବା ସାର ହେଉଛି । ସେହିପରି ଟିଟିଲାଗଡ ସହରାଞ୍ଚଳ ର ପୌରରିଷଦ ରୁ ବ୍ଲକ୍ ତଥା ସମସ୍ତ ବିଭାଗ ରେ ଏହି ସମସ୍ୟା ଲାଗି ରହିଛି । ଯାହାଦ୍ଵାରା ପ୍ରଶାସନ ଉପରୁ ସଧାରଣ ଆସ୍ତା ହରାଇବା ସ୍ଥିତି ସୃଷ୍ଟି ହୋଇଛି । ପ୍ରକାଶ ଯେ, ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ ଖାମଖିଆଲ ମନୋଭାବ ପୋଷଣ ଭଳି ଗୁରୁତର ଅଭିଯୋଗ ହୋଇଛି ।

ଅପରପକ୍ଷେ ସମସ୍ତ ଅଧିକାରୀ, କର୍ମଚାରି କେବଳ ସମୟ ଅତିବାହିତ କରିବା ଓ ନିଜ ତ୍ରୁଟି ଅନ୍ୟ ଉପରେ ଲଦିବା ତଥା ସାଧାରଣ ଙ୍କୁ ଦୁଃର୍ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ ହୋଇ ଆସୁଛି । ପ୍ରକାଶ ଯେ, ସ୍ଥାନୀୟ ପୌରପରିଷଦ ର କର୍ମଚାରୀ ସେହିଭଳି ଦାୟିତ୍ୱ ହୀନତା ଓ ଦୁଃର୍ବ୍ୟବହାର ପ୍ରଦର୍ଶନ ଯୋଗୁଁ ସାଧାରଣ ଅକଥନୀୟ ନିର୍ଯାତନା ଭୋଗ କରୁଛନ୍ତି । ଏପରିକି ସରକାରୀ ନିୟମାନୁଯାୟୀ ହରିଶ୍ଚନ୍ଦ୍ର ଯୋଜନା, ଭତ୍ତା, ଆବାସ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ରୂପାୟନ ହୋଇ ପାରୁନି ।

ସ୍ଥାନୀୟ ସହର ର ପାର ବଗର୍ତ୍ତି ନାମ୍ନୀ ଜଣେ ବିଧବା ମହିଳା ଙ୍କ ଅକାଳ ମୃତ୍ୟୁ ସହାୟତା ରାଶି ନିମନ୍ତେ ସବିଶେଷ ତଥ୍ୟ ସହ ଆବେଦନ କରି ଥିବା ବେଳେ ପ୍ରାୟ ୧୫ ଦିନ ଧରି ଉକ୍ତ ବିଭାଗ ର କର୍ମଚାରୀ ଅନୁପସ୍ଥିତ ରହିବା ଓ ସମୟ ସୀମା ଯୋଗୁଁ ପ୍ରଦାନ କରାଯିବନି ବୋଲି ଫେରାଇ ଦେଇଛନ୍ତି । ସେହିପରି ବ୍ୟାପକ ଅନିୟମିତତା ନେଇ ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ ନିକଟ କୁ ଦୁର, ଦୁରାନ୍ତ ରୁ ଆସି ତାଙ୍କୁ ସାକ୍ଷାତ କରି ନ ପାରି ଆବେଦନ ବା ଡାକ ବିଭାଗ ରେ ଉପସ୍ଥିତ ଥିବା କର୍ମଚାରୀ ଙ୍କୁ ଆବେଦନ, ଅଭିଯୋଗ ପତ୍ର ପ୍ରଦାନ କରାଯିବା ସତ୍ତ୍ୱେ କୌଣସି ତାରିଖ ବା କ୍ରମିକ ସଂଖ୍ୟା ପ୍ରଦାନ ନ କରି ଓ ମୋହର ନ ମାରି ତାଙ୍କ ପତ୍ର ରଖିଥାନ୍ତି । ମାସ, ମାସ ଧାଇଁ ଓଲଟା ଉକ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଆକ୍ରୋଶ ର ଶିକାର ହେବାକୁ ପଡ଼େ । ଇତି ମଧ୍ୟରେ ଟିଟଲାଗଡ ର ହେମ ସାଗର ସରାଫ ନାମକ ଜଣେ ବ୍ୟକ୍ତି ଆବାସ ଯୋଜନା ରେ ଏଭଳି ହଇରାଣ ହରକତ ନେଇ ଗତ ତା୧୦-୦୩-୨୦୨୩ ରିଖ ଦିନ ଉକ୍ତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତାଙ୍କୁ ଅବା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ନ ପାଇ ଉକ୍ତ ଡାକ ବିଭାଗ ରେ ଆବେଦନ ପତ୍ର ପ୍ରଦାନ କରିଥିଲେ ।

ଯାହା ବର୍ତ୍ତମାନ୍ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ । ସେଭଳି ଗତ ଦୁଇ ବର୍ଷ ଧରି ଏହି ଯୋଜନା ରେ ଅର୍ଦ୍ଧ ନିର୍ମିତ ଭଙ୍ଗା ଘରେ ନିଜ ବିଧବା ବୋହୂ ଓ ଏକ ନାତି ସହ କିଭଳି ଦୁର୍ବିସହ ଅବସ୍ଥା ଭୋଗ କରୁଛନ୍ତି ସହଜେ ଅନୁମେୟ । ଅଞ୍ଚଳ ର ବ୍ଲକ, ପଞ୍ଚାୟତ, ସ୍ୱାସ୍ଥ୍ୟ କେନ୍ଦ୍ର, ଶିକ୍ଷାନୁଷ୍ଠନ ଗୁଡ଼ିକ ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିଭଳି ସ୍ଥାନୀୟ ବିଧାୟିକା ଓ ଅନ୍ୟ ନେତୃବୃନ୍ଦ ଙ୍କ ଅପାରଗତା କାରଣରୁ ନା ସଧାରଣ ଜନତା ଦାୟୀ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।