ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
416
ଓଡ଼ିଶା ରାଜ୍ୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୨/୩) : ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡାକ୍ତର ମିନତି ବେହେରା, ରାୟଗଡ଼ା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅନୁସାୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ଜିଲ୍ଲାପାଳ ରାୟଗଡ଼ା ସ୍ଵଧା ଦେବ ସିଂ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଉଲ୍ଲାସ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ । ମହିଳା କମିଶନ ଅଧ୍ୟକ୍ଷା ଡାକ୍ତର ବେହେରା କହିଥିଲେ ଯେ ମହିଳା ମାନେ ହିଁ ସମାଜର ମେରୁଦଣ୍ଡ। ଯଦି ମହିଳା ମାନେ ନିଜ ଅଧିକାର ବିଷୟ ରେ ଅବଗତ ହେବା ସହିତ ଅନ୍ୟ ମାନଙ୍କୁ ସଚେତନ କରି ପାରିବା ତେବେ ମହିଳା ମାନଙ୍କ ଅଧିକାର କୁ ସୁନିଶ୍ଚିତ କରି ପାରିବା । ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ ଉପସ୍ଥିତ ସମସ୍ତ ଛାତ୍ରୀ ମାନଙ୍କୁ ବିଭିନ୍ନ ଉପାୟ ରେ ନିଜ ଅଧିକାର ବିଷୟ ରେ ଜାଣିବା ପାଇଁ ଆଗକୁ ଆସିବା ପାଇଁ କହିଥିଲେ ।

ଏହି ସଚେତନତା କାର୍ଯ୍ୟକ୍ରମ ରେ ଡାକ୍ତର ଟୁନା ସାହୁ ଓ ଶ୍ରୀମତୀ ବିଜୟା ବରୁଆ ସାଧନ କର୍ମୀ ଭାବେ ଯୋଗ ଦେଇ ଘରୋଇ ହିଂସା ନିରାକରଣ ଆଇନ, ପୋସ ଆଇନ, ଯୌତୁକ ନିରୋଧ ଆଇନ, ବାଲ୍ୟ ବିବାହ ନିଷେଧ ଆଇନ, ସାଇବର ସୁରକ୍ଷା ଆଇନ, ପୈତୃକ ସମ୍ପତ୍ତି ରେ ମହିଳା ମାନଙ୍କ ଅଧିକାର ବିଷୟ ରେ ଆଲୋଚନା କରିଥିଲେ । ଏହି ଅବସରରେ କୋଭିଡ ସମୟରେ ନିଜର ଦାଯିତ୍ବ କୁ ସୁଚାରୁ ରୁପେ ସମ୍ପାଦନ କରିଥିବା ବିଭିନ୍ନ ବର୍ଗରୁ ୧୦ ଜଣଙ୍କୁ ମହିଳା କମିଶନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ସମସ୍ତ ଙ୍କୁ ସ୍ୱାଗତ କରିଥିବା ବେଳେ ସୁରକ୍ଷା ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

ମହିଳା କମିଶନଙ୍କ ତରଫରୁ ଅପରାହ୍ନରେ ମାନବ ଚାଲାଣ ନିରୋଧ ୟୁନିଟ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାୟଗଡ଼ା ମୁନିସିପାଲିଟି ର ଉପାଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ମଙ୍ଗଳ କମିଟିର ଅଧ୍ଯକ୍ଷା ଓ ସଦସ୍ୟ ସଦସ୍ୟା, ଜିଲ୍ଲା ଶ୍ରମ ଅଧିକାରୀ, ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାର ସମସ୍ତ ସିଡିପିଓ ଏବଂ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତାଗଣ, ପ୍ରମୁଖ ଉପସ୍ଥିତ କହିଥିଲେ ।