ସାଢେ଼ ଚାରି ବର୍ଷର ନାବାଳିକାକୁ କରିଥିଲା ଦୁଷ୍କର୍ମ

0
101
ସାଢେ଼

ରିପୋର୍ଟ : ଓଡିଶା ନ୍ୟୂଜୁ ୨୪ ବ୍ୟୁରୋ //
କଟକ, (୨୪/୦୩) : ସାଢେ଼ ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।

ଅଭିଯୁକ୍ତ ରତିକାନ୍ତ ଦାସ ଓରଫ କାଳିଆକୁ ୨୦ ବର୍ଷ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜରିମାନା ଦେବାପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଜରିମାନା ନଦେଲେ ଅନାଦେୟ ୬ ମାସ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ । ଏହା ସହ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ । ୨୮ ଅଗଷ୍ଟ ୨୦୧୬ ମସିହା କଟକ ସଦର ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା । ସାଢେ଼ ଚାରି ବର୍ଷର ନାବାଳିକା ଘରୁ ଅନ୍ୟ ଆଡେ ଯାଉଥିବା ସମୟରେ ତାକୁ ଟେକି ନେଇ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ କୋର୍ଟ ୨୦ ଜଣ ସାକ୍ଷୀ ଓ ୨୬ ଟି ଡକ୍ୟୁମେଣ୍ଟ ଆଧାରରେ ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ଦେଲେ ପବ୍ଲିକ ପ୍ରୋସେକ୍ୟୁଟର ରମେଶ ମହାନ୍ତି ।