ବିଶ୍ୱ ଯକ୍ଷ୍ମା ଦିବସ

0
106
ବିଶ୍ୱ ଯକ୍ଷ୍ମା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୪/୦୩) : ଆଜି ବିଶ୍ୱ ଯକ୍ଷ୍ମା ଦିବସ । ୨୦୨୩ ବର୍ଷର ଯକ୍ଷ୍ମା ପାଇଁ ଥିମ୍ ରହିଛି “ଆମେ ଯକ୍ଷ୍ମାକୁ ସମାପ୍ତ କରିପାରିବା” (WE CAN END TB!) ଯାହା ଟିବି ମହାମାରୀକୁ ରୋକିବା ପାଇଁ ସାରା ବିଶ୍ୱର ନେତା ଓ ଲୋକ ମାନଙ୍କୁ ଅନୁରୋଧ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜି ବିଶ୍ୱ ଯକ୍ଷ୍ମା ଦିବସ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମଧ୍ୟ ଯକ୍ଷ୍ମା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଓ୍ବାର୍ଡ ରହିଛି । ପ୍ରତ୍ୟେକ ଦିନ ୫୦ ରୁ ଅଧିକ ଲୋକ ଓପିଡିରୁ ଡାକ୍ତରୀ ପରାମର୍ଶ ନେଉଛନ୍ତି ଏବଂ ସୁସ୍ଥ ମଧ୍ୟ ହେଉଛନ୍ତି । ଏପରିକି ରୋଗୀଙ୍କୁ ଚିକିତ୍ସା ପାଇଁ ୧୪ ବେଡ୍ ଉପଲବ୍ଧ ଅଛି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ । ଜଣେ ଆସୋସିଏଟ ପ୍ରଫେସର ସହ ଡାକ୍ତର ମଧ୍ୟ ଅଛନ୍ତି । ଯକ୍ଷ୍ମା ରୋଗ ଓ ସରକାରୀ ସୁବିଧା ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ଡ.ମାନସୀ ପଣ୍ଡା ।