ଦେବଗିରି ପାହାଡ଼ ଉପର କୁଣ୍ଡରେ ଛାତ୍ରୀର ମୃତ ଶରୀର ଠାବ କଲା ପୁଲିସ

0
598
ଦେବଗିରି ପାହାଡ଼

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୬/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଥିବା ଐତିହାସିକ ଦେବଗିରି ପାହାଡ଼ ଉପରେ ଥିବା କୁଣ୍ଡରେ ଛାତ୍ରୀର ମୃତ ଦେହ ଠାବ କରିଛି ପୁଲିସ ।WhatsApp Image 2023 03 27 at 05.57.06 ଦେବଗିରି ପାହାଡ଼ ଉପର କୁଣ୍ଡରେ ଛାତ୍ରୀର ମୃତ ଶରୀର ଠାବ କଲା ପୁଲିସ

ପରିବାର ଲୋକେ କହିବା ଅନୁଯାୟୀ କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ଗୋଟିଏ ପରିବାରର ତିନି ଭାଇର ତିନି ଝିଅ କଲ୍ୟାଣସିଂହପୁରରେ ରହି ଦେବଗିରୀ ମହାବିଦ୍ୟାଳୟ ରେ ଅଧ୍ୟୟନ କରି ଆସୁଥିଲେ । ଦୁଇ ଭଉଣୀକୁ ବିରେନ ଗୌଡ଼ ଙ୍କ ଝିଅ ଦେବକୀ ଗୌଡ଼ (୨୬) ବୁଧବାର ଦିନ ଦୁଇ ଭଉଣୀଙ୍କୁ ମରିବା ପାଇଁ ଇଛା ହେଉଛି କହିବା ସହ ପରିବାରକୁ ମେସେଜ କରି କହିଥିଲା । ତା’ପର ଗୁରୁବାର ଦିନ ଦେବକୀ ରହିବା ଘରେ ଦେଖା ନ ଯିବାରୁ ପରିବାରକୁ ଜଣାଇ ଥିଲେ ।ପରିବାର ଲୋକେ ସବୁ ଆଡେ ଖୋଜା ଖୋଜି କରି ନ ପାଇବାରୁ ଦେବଗିରି ପାହାଡ଼ ଚଡି ଝିଅକୁ ଖୋଜି ଥିଲେ । ତାର ଚପଲ ଦେଖିଥିଲେ କିନ୍ତୁ ତାର ଠାବ କରିବାରିନଥିଲେ ।

ଆଜି ପୁଣି ପରିବାର ଲୋକମାନେ ଦେବଗିରି ପାହାଡ଼ ଚଡି ଖୋଜିବାରୁ କୁଣ୍ଡରେ ଝିଅର ଶବ ଭାସୁଥିବା ଦେଖିଥିଲେ । ଏହାକୁ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ, ଏସ ଆଇ ଶିଵ ପ୍ରସାଦ ସାହୁ ଏସ ଡି ପି ଓ ଦେବଜ୍ୟୋତି ଦାସ ଘଟଣା ସ୍ଥଳରେ ପହଞ୍ଚି ଶବ ଠାବ କରି ଅଗ୍ନିଶମ ବିଭାଗ କୁ ଡାକି ଶବ ଉଦ୍ଧାର କରିବା ବେଳକୁ ମୃତ୍ୟୁ ଛାତ୍ରୀ ର ବେକରେ ପ୍ରାୟ ଆଠ କେଜି ଓଜନ ର ପଥର ଚୁନିରେ ବେକରେ ବନ୍ଧାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ଅପମୃତ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ସନ୍ଧ୍ୟା ହୋଇଯିବାରୁ ଶବକୁ ଆସନ୍ତା କାଲି ବ୍ୟବଛେଦ କରି ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଏସ ଡି ପି ଓ କହିଛନ୍ତି ।