ଗଛିତ ୭୬ ଲକ୍ଷ ର ଟଙ୍କାର ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ ଘର ମାଲିକ ଫେରାର

0
108
ଗଛିତ ୭୬

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୨୮/୦୩) : ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ଖିଲପୁଟ ଗ୍ରାମ ରେ ଗଛିତ ୭୬ ଲକ୍ଷ ର ଟଙ୍କାର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ

ବିଶେଷ ସୂତ୍ର ରୁ ଖବର କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍.ଡି.ପିଓ ଙ୍କ ନେତୃତେ ରେ ମାଛକୁଣ୍ଡ, ଯଲାପୁଟ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ସ୍ୱତନ୍ତ୍ର ଟିମ ଗଠନ କରି ଖିଲପୁଟ ଗ୍ରାମ ଖଗପତି ଙ୍କ ଘରେ ଚଢାଉ କରିଥିଲେ ଓ ଗଛିତ ୭୬ ଲକ୍ଷ ର ଟଙ୍କାର ଗଞ୍ଜେଇ ଜବତ କରିଥିଲେ । ପୋଲିସ ଆସିବା ଦେଖି ଖଗପତି ଏବଂ ଅନ୍ୟ ସହଯୋଗୀ ମାନେ ଫେରାର ହୋଇଯାଇଥିବା ବେଳେ ଘରକୁ ଯାଞ୍ଚ କରିବାରୁ ୩୩ ଟି ବସ୍ତାରେ ୭ କୁଇଁଣ୍ଟାଲ ୬୨ କେଜି ଗଞ୍ଜେଇ ବାହାର କରିଥିଲେ । ଏହି ଗଞ୍ଜେଇ ର ମୂଲ୍ୟ ପ୍ରାୟ ୭୬ ଲକ୍ଷ ହେବ ବୋଲି ପୋଲସ ସୂଚନା ଦେଇଛି । ଫେରାର ଥିବା ଅନ୍ୟମାନଙ୍କୁ ଚି଼ହ୍ନଟ କରି ଏନ ଣ୍ଡି ପି ଏସ କେସ ରେ ମାମଲା ରୁଜ୍ଜୁ କରି ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ମାଛକୁଣ୍ଡ ପୋଲିସ ।