୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଅବସରପ୍ରାପ୍ତ ଶିକ୍ଷକ ଙ୍କ ଘରୁ ଚୋରି

0
87
୨୦ ଲକ୍ଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୮/୦୩) : ରାତି ଅଧରେ ଶିକ୍ଷକ ଙ୍କ ଘରୁ ନେଇଗଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର ।

ଝିଅ ବାହାଘର ପାଇଁ କିଣି ରଖିଥିବା ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହେଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ବେରୁହଁ ଗାଁ’ରେ । ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଜେନା ଝିଅ ବାହାଘର ପାଇଁ ସୁନା କିଣି ରଖିଥିଲେ । ୭ ଟି ସୁନା ହାର, ୩ ଟି ସୁନା ମୁଦି, ୪ ଟି ସୁନା ପହ୍ଲା, ସୁନା ଚେନ ଆଉ ନଗଦ ୨ ଲକ୍ଷ ଟଙ୍କା । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଗ୍ରିଲ୍ ତାଡି କେହି ଦୁର୍ବୃତ୍ତ ସମସ୍ତ ଟଙ୍କା ଓ ସୁନା ଚୋରି କରିଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।