ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, କେହି ମାରିଦେଇଥିବା ଅଭିଯୋଗ

0
99
କେହି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୮/୦୩) : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଗମାଣ୍ଡି ପଞ୍ଚାୟତ ଦାଗଡିପଟା ନିକଟ ଜଙ୍ଗଲରେ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ମୃତକ ଜଣକ ରାଇକିଆ ଚୁନପଲ୍ଲୀ ଗ୍ରାମର ଅରବିନ୍ଦ ଦଳ ବେହେରା । ତାଙ୍କ ହାତ ପଛକୁ ବନ୍ଧା ହୋଇଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନଭିନ୍ କରୁଛି । କିଏ ତାଙ୍କୁ ମାରିଦେଇଛି କି କିପରି ତାଙ୍କର ମୃତ୍ୟୁ ହୋଇଛି ତାହା ସନ୍ଦେହ ଘେରରେ । ପରିବାର ଲୋକଙ୍କ ଅଭିଯୋଗରେ ପୋଲିସ ତଦନ୍ତ ଜାରି ରଖିଛି ।