ଆସନ୍ତା କାଲିଠୁ ରାଜ୍ୟସାରା ଜୋରଦାର ହେବ ଚେକିଂ

0
88
ଆସନ୍ତା କାଲିଠୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୩) : ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ସପ୍ତାହ ଭାବେ ପାଳନ କରିବ ପରିବହନ ବିଭାଗ । ସେଥିପାଇଁ ଆସନ୍ତା କାଲିଠୁ ରାଜ୍ୟସାରା ହେବ ଜୋରଦାର ଚେକିଂ ।

ଆସନ୍ତା କାଲିଠୁ ହେବ ଚେକିଂ ବିଶେଷକରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଗାଡ଼ି ଚାଳନା ଉପରେ କଡ଼ାକଡ଼ି ଯାଞ୍ଚ କରାଯିବ । ବୁଧବାର ଦିନ ୧୮ ବର୍ଷ ରୁ କମ ବୟସର ପିଲା ଗାଡି ଚଳାଇ ୮୮ ଜଣ ଧରାପଡିଛନ୍ତି । ପ୍ରତ୍ୟେକଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ମୋଟ ୨୨ ଲକ୍ଷ ଟଙ୍କା ଫାଇନ କରାଯାଇଛି । ତା ଛଡା ୯ ସହ ରୁ ଉର୍ଦ୍ଧ୍ୱ ଗାଡି ଚାଳକଙ୍କୁ ବିଭିନ୍ନ ନିୟମ ଉଲଘଂନ ଯୋଗୁଁ ଫାଇନ ମଧ୍ୟ କରାଯାଇଛି । ଧରା ପଡ଼ିଥିବା ନାବାଳକ କିମ୍ବା ନାବାଳିକାଙ୍କୁ ୨୫ ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ସୂଚନାନୁସାରେ, ନାବାଳକ ବାଇକ ଚାଳକଙ୍କୁ ପାନେ, ନିୟମ ଭାଙ୍ଗି ଗାଡି ଚଳାଇଲେ ଗଣିଲେ ୨୫ ହଜାର ତଣ୍ଡ । ପୁଣି ଥରେ ଆରମ୍ଭ ହୋଇଛି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଗାଡ଼ି ଚାଳନା ଉପରେ କଡ଼ାକଡ଼ି ଯାଞ୍ଚ । ୧୮ ବର୍ଷରୁ କମ ବୟସ୍କ ପିଲା ମାନେ ନିୟମ ଉଲଙ୍ଘନ କରୁଥିବା ଅବସ୍ଥାରେ ଧରା ପଡ଼ିଥିବା ବେଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ଗାଡ଼ି ଚଳାଉଥିବା ସମ୍ପୃକ୍ତ ନାବାଳକ ନାବାଳିକାଙ୍କ ଗାଡିକୁ ଜବତ କରାଯିବା ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କାଟିଛି ଟ୍ରାଫିକ ।