ଟି ଆଇ ପ୍ରକଳ୍ପ ନାମକୁ ମାତ୍ର, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

0
140
ଟି ଆଇ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୯/୦୩) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଟି ଆଇ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସତ୍ତ୍ଵେ ହୁ,ହୁ, ହୋଇ ବଢି ଚାଲିଛି ଆକ୍ରାନ୍ତ ଙ୍କ ସଂଖ୍ୟା ।

ସାଇ ଟି ଆଇ ପ୍ରକଳ୍ପ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ କେବଳ କାଗଜ କଲମରେ ସବୁ ଚାଲିଥିବା ଅଭିଯୋଗ ହୋଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟ ର ବ୍ରହ୍ମପୁର କୁ ଏଡ୍ସ ଆକ୍ରାନ୍ତ ଙ୍କ ସଂଖ୍ୟା କୁ ଟପିବା ନେଇ ଏହି ଟି ଆଇ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ । ଉକ୍ତ ସମୟ ରେ ଆକ୍ରାନ୍ତ ଙ୍କୁ ତଥା ବିଭିନ୍ନ ଶ୍ରେଣୀ ର ସାଧାରଣ ଲୋକ ଓ ବିଶେଷ କରି ଯୌନକର୍ମି ଙ୍କୁ ଉପଯୁକ୍ତ ଚିକିତ୍ସା ସହ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିଲା । ହେଲେ ପରିତାପ ର ବିଷୟ ଯେ, ଟିଆଇ ପ୍ରକଳ୍ପ କୁ ଜିଲ୍ଲା ରେ ସାଇ ନାମକ ସଂସ୍ଥା ଅଧୀନରେ କାର୍ଯ୍ୟ ବିଗତ କିଛି ବର୍ଷ ଧରି କେବଳ କାଗଜ କଲମରେ କରିବା ଯୋଗୁଁ ପୂର୍ବ ଭଳି ଆକ୍ରାନ୍ତ ଙ୍କ ସଂଖ୍ୟା ଚିନ୍ତା ଜନକ ହୋଇ ପଡ଼ିଛି । ଗର୍ଭବତୀ ମହିଳା ଓ ବିଶେଷ କରି ଯୌନକର୍ମୀ, ଙ୍କୁ ସ୍ଵତନ୍ତ୍ର ଭାବେ ସଚେତନ ନେଇ ବିଭିନ୍ନ ଗୋଷ୍ଠୀ କେବଳ କାଗଜ ପତ୍ର ରେ ସୀମିତ ରହିଛି । ଏ ନେଇ ଜିଲ୍ଲା କିନ୍ନର ସଂଘ ତରଫରୁ ଲିଖିତ ଅଭିଯୋଗ ହୋଇଛି । ଏ ନେଇ ବିଭାଗୀୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହେଉଛି ।