ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୩୧/୦୩) : ବଲାଙ୍ଗିରରେ ଜାଲ୍ ସାର୍ଟିଫିକେଟ ଘଟଣା । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ସହ ଦଲାଲଙ୍କ ଆକାଉଣ୍ଟ ଫ୍ରିଜ୍ କରିବ ପୋଲିସ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବଲାଙ୍ଗିରରେ ଜାଲ୍ ସାର୍ଟିଫିକେଟ ଘଟଣାରେ ସମ୍ପୃକ୍ତ ଥିବା ଦଲାଲଙ୍କ ମାଧ୍ୟମରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସ୍ତ୍ରୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା । ମନୋଜ ଲିଙ୍କରେ ଥିବା ଦଲାଲଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ମନୋଜଙ୍କୁ ଗିରଫ ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ବିବରଣୀ ସଂଗ୍ରହ କରିଥିଲା ପୋଲିସ । ରାଜ୍ୟ ବାହାରର କିଛି ଲୋକଙ୍କୁ ଏହି ଆକାଉଣ୍ଟରୁ ଟଙ୍କା ଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏକ ବଡ଼ ନେଟ୍ୱର୍କ ଏହି କାରବାର ପଛରେ ଥିବା ସ୍ପଷ୍ଟ ହେଉଛି । ବଲାଙ୍ଗିର ପୋଲିସର ଏକାଧିକ ଟିମ୍ ଆଖପାଖ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ଜାଲ୍ ସାର୍ଟିଫିକେଟର ତଦନ୍ତ ପାଇଁ ୪ ଟି ପୋଲିସ ଟିମ ଗଠନ ହୋଇଥିବା ବେଳେ ରାଜ୍ୟରେ ୨ଟି ଟିମ ତଦନ୍ତ କରୁଥିବା ବେଳେ ରାଜ୍ୟ ବାହାରକୁ ଯିବ ୨ଟି ଟିମ୍ ।