ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ Dav College ରେ ବୃକ୍ଷ ରୋପଣ ଓ ଦାବିପତ୍ର ପ୍ରଦାନ

0
191

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ଟିଟିଲାଗଡ,(୨୪/୦୮) : ଗତକାଲି ରେଳମନ୍ତ୍ରୀ ଙ୍କ ଟିଟିଲାଗଡ ଗସ୍ତ ଅବସର ରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ Dav College ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ସାଂସଦ ସଂଗୀତା ସିଂହଦେଓ ଯୋଗ ଦେଇଥିଲେ ।

ଏହି ଅବସର ରେ କଲେଜ ପରିସର ରେ କଲେଜ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, ସୁଶୀଲ ପାଢ଼ୀ,ପ୍ରଣବ ପୁରୋହିତ, ସୁଦେଶ ବେହେରା ପ୍ରମୂଖ ଙ୍କ ସମେତ ଅନ୍ୟାନ୍ୟ କଲେଜ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ । ଏହାପରେ ରେଳମନ୍ତ୍ରୀ କଲେଜ ରେଜିଷ୍ଟ୍ରର ରେ ନିଜ ମନ୍ତବ୍ୟ ଲେଖିଥିଲେ । ଏହାପରେ ଛାତ୍ର କ୍ରିୟାନୁଷ୍ଠାନ କମିଟି,ଟିଟିଲାଗଡ ବିକାଶ ସେନା,ଟିଟିଲାଗଡ ଉନ୍ନୟନ ପରିଷଦ,ଜନସଂଖ୍ୟା ସମାଧାନ ଫାଉଣ୍ଡେସନ, କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ତରଫରୁ ଵୃକ୍ଷ ରୋପଣ କରିଥିଲେ ।

ଏହି ସମୟରେ ସେଥିରେ ଟିଟିଲାଗଡ ଉନ୍ନୟନ ପରିଷଦ ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ,ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀ,ଆବାହକ ହରପ୍ରତାପ ଦାସ,ଉପେନ୍ଦ୍ର ବାଗ,ଆଲୋକ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ସଭାପତି ଶୁଭମ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ରେଳମନ୍ତ୍ରୀ ଓ ସାଂସଦ ଙ୍କୁ ଏକ ୫ ଦଫା ଦାବି ର ଏକ ଦାବିପତ୍ର ପ୍ରଦାନ କରାଯାଇ ଥିଲା ଏବଂ ଦାବି କରାଯାଇଥିଲା ଯେ ଟିଟିଲାଗଡ ରେ ସେଣ୍ଟ୍ରାଲ ସ୍କୁଲ ଶୀଘ୍ର ଆରମ୍ବ କରିବା,ନୂତନ ଯାତ୍ରୀ ବିଶ୍ରାମଗାର ସ୍ଥାପନ କରିବା,ଜାମ୍ମୁ ତାବି ଏକ୍ସପ୍ରେସ କୁ ଟିଟିଲାଗଡ ଯାଏଁ ସମ୍ପ୍ରସାରଣ କରିବା,ଟିଟିଲାଗଡ ଅଣ୍ଡର ବ୍ରିଜ ର ଠିକ ରକ୍ଷଣାବେକ୍ଷଣ କରିବା ଏବଂ ବନ୍ଦ ହାଟପଦା ଫାଟକ କୁ ପୁଣି ଥରେ ଖୋଲିବା ପାଇଁ ଦାବି ଜଣାଇଥିଲେ । ତେବେ ରେଳମନ୍ତ୍ରୀ ଏହାକୁ ନିଶ୍ଚିତ ବିଚାର କରିବେ ବୋଲି ଜଣାଇଥିଲେ ।

ତେବେ ଏହି କାର୍ଯ୍ୟକ୍ରମ ରେ ଟିଟିଲାଗଡ ବିକାଶ ସେନା ଓ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ରେଳ ମନ୍ତ୍ରୀ ଙ୍କୁ ବିଶାଳ ଶୋଭାଯାତ୍ରା ରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ଏବଂ ଏଥିରେ କମିଟି ର ଶହ ଶହ ଯୁବ ଛାତ୍ର ସାମିଲ ହୋଇଥିଲେ ।