କାଶୀନଗର ପଶୁ ଚିକିତ୍ସାଳୟ ରେ ଗୋମାତାଙ୍କୁ ପୂଜନ ଓ ରକ୍ଷାବନ୍ଧନ ପାଳିତ

0
195

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୨/୮) : ପବିତ୍ର ରକ୍ଷାବନ୍ଧନ ଅବସର ରେ କାଶୀନଗର ପଶୁ ଚିକିତ୍ସାଳୟ ରେ ରାଷ୍ଟୀୟ ଗୋକଲ୍ୟାଣ ପରିଷଦ ତରଫ ରୁ ଗୋମାତା ଙ୍କୁ ପୂଜାଅର୍ଚନା ସହ ରାକ୍ଷୀବନ୍ଧନ କରାଯାଇଥିଲା ।

ରାଷ୍ଟୀୟ ଗୋକଲ୍ୟାଣ ବିକାଶ ପରିଷଦ ର ଗଜପତି ଜିଲ୍ଲା ସଭାପତି ହୃଷୀକେଶ ଗୌଡ ଉକ୍ତ ପୂଜନ ପର୍ବରେ ଅଧ୍ୟକ୍ଷତା କରିଥିଲେ । କାଶୀନଗର ପଶୁ ଚିକିତ୍ସାଳୟ ର ଚିକିତ୍ସା ଅଧିକାରୀ ଡାକ୍ତର ବାଣିକଣ୍ଠ ଖଟୁଆ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ଲିପିକା ସ୍ଵାଇଁ ଯୋଗ ଦେଇ ଗୋ ଦିବସ ସମ୍ପର୍କରେ ସଚେତନ ଓ ଗୋପାଳନର ଉପକାରିତା ବିଷୟ କୁ ବୁଝାଇଥିଲେ ।

ଏହି ଅବସରରେ ତିନି ଜଣ ଗୋପାଳକଙ୍କୁ ସମ୍ବର୍ଧନା ଦିଆଯାଇଥିଲା । ଉକ୍ତ ଉତ୍ସବରେ ବି ନାଗେଶ୍ଵର ରାଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବରେ ବହୁ ଗୋପାଳକ, ଭଦ୍ରବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।