ଝାରସୁଗୁଡ଼ା ରେ ଘରୋଇ ନର୍ସିଂହୋମର ବୈମାତୃକ ମନୋଭାବ : ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ

0
195

ରିପୋର୍ଟ : ପ୍ରଶାନ୍ତ ମାଝୀ //
ଝାରସୁଗୁଡା,(୨୪/୦୮) : ଝାରସୁଗୁଡ଼ା ରେ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜଣେ ରୋଗୀଙ୍କୁ ଭିନ୍ନ ଗ୍ରୁପର ରକ୍ତ ଦିଆଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଝାରସୁଗୁଡା ସଦର ଥାନାରେ ଲିଖିତ ଅଭିଯୋଗ କରଛନ୍ତି ।WhatsApp Image 2021 08 24 at 10.52.35 AM ଝାରସୁଗୁଡ଼ା ରେ ଘରୋଇ ନର୍ସିଂହୋମର ବୈମାତୃକ ମନୋଭାବ : ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ

ତେବେ ମୃତକଙ୍କ ଭାଇ ତୁଳାରାମ ନାଏକଙ୍କ ଅଭିଯୋଗ ମୁତାବକ ଝାରସୁଗୁଡ଼ା ସହରାଂଚଳ ଦେବାଡିହି ଗ୍ରାମର ରୋହିତ ପାଣ୍ଡେଙ୍କ ପତ୍ନୀ ରମଣୀ ପାଣ୍ଡେ(୬୨)ଙ୍କୁ ରକ୍ତହୀନତା ଜନିତ ଦୁର୍ବଳତା କାରଣାରୁ ଗତ ୨୦ ତାରିଖ ଦିନ ଝାରସୁଗୁଡ଼ା ରେ ଘରୋଇ ନର୍ସିଂହୋମରେ ଭର୍ତି କରାଯାଇଥିଲା ।

ଗତ ୧୮ ତାରିଖ ଦିନ ରୋଗୀଙ୍କ ରକ୍ତ ଗ୍ରୁପ ଚିହ୍ନଟ ହୋଇଥିବା ରିପୋର୍ଟ ଡାକ୍ତରଖାନା କର୍ତୃପକ୍ଷଙ୍କୁ ପରିବାର ଲୋକେ ପ୍ରଦାନ କରିଥିଲେ । ସେଥିରେ ତାଙ୍କର ରକ୍ତ ଗ୍ରୁପ ବି’ ନେଗେଟିଭ ଉଲ୍ଲେଖ ରହିଥିଲା । ମାତ୍ର ଉକ୍ତ ରିପୋର୍ଟକୁ ଅଣଦେଖା କରି ପୁଣି ଏକ ରକ୍ତ ଗ୍ରୁପ ରିପୋର୍ଟ ପ୍ରସ୍ତୁତ ପୂର୍ବକ ଓ’ ନେଗେଟିଭ ବୋଲି ଦର୍ଶାଇଥିଲେ ନର୍ସିଂହୋମ କର୍ତୃପକ୍ଷ । ରୋଗୀଙ୍କୁ ବି\’ ନେଗେଟିଭ ପରିବର୍ତେ ଓ’ ନେଗେଟିଭ ରକ୍ତ ଦିଆଯିବାରୁ ସେ ଅକାଳରେ ପ୍ରାଣ ହରାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି । ଡାକ୍ତରଖାନା କର୍ତୃପକ୍ଷ ଏଭଳି ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରୋଗୀଙ୍କ ପରିବାର ଲୋକେ ।

ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପଚାରିବାରୁ ସିଡଏମଓ ଝାରସୁଗୁଡାଙ୍କ ଅଧ୍ୟକ୍ଷତାରେ ଏକ ଯାଂଚ କମିଟି ଗଠନ କରାଯିବ ।ତେବେ ରୋଗୀଙ୍କ ମୃତ କୁ ନେଇ ପରିବାର ଲୋକେ ନ୍ୟାୟ ପାଇଁ ଗୁହାରି ଲଗାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।