ପୋଷ୍ଟାଲ ଏଜେଣ୍ଟ ଖାଇଗଲେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା

0
86
ପୋଷ୍ଟାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୦୪) : ମହିଳା ଖାଇଗଲେ କୋଟିଏରୁ ଅଧିକ ଟଙ୍କାର ଡାକ ଜମା । ଗିରଫ ହେଲେ ଠକ ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ୱର୍ଣ୍ଣ ଲତା ଦାସ

ଜଗତସିଂହପୁରରୁ ଠକ ମହିଳାଙ୍କୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ । ତାଙ୍କ ଘରୁ ୯୮ ଜଣ ଜମାକାରୀଙ୍କ ୧୨୭ ଟି ପୋଷ୍ଟାଲପାସବୁକ ଜବତ କରିଛି ପୋଲିସ । ୨ ବର୍ଷ ହେବ ଠକ ମହିଳା ଜଣ ଙ୍କ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଧୂଳିସାତ କରିଥିବା ଲିଙ୍ଗରାଜ ଥାନା ରେ ଅଭିଯୋଗ ହୋଇଥିଲା । ଓଲ୍ଡ ଟାଉନ କେଦାର ଲେନରେ ଠକ ମହିଳା ଜଣଙ୍କ ନିଜକୁ ପୋଷ୍ଟାଲ ଏଜେଣ୍ଟର ପରିଚୟ ଦେଇ ଲୋକ ଙ୍କୁ ଚୁନ ଲଗାଉଥିବା କଥା ଜଣେ ମହିଳା ଜମାକାରୀ ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରି ଲିଙ୍ଗରାଜ ପୋଲିସ ତାଙ୍କୁ ଗିରଫ କରିଛି ।