ପାରାଦ୍ୱୀପ ଜାତୀୟ ରାଜପଥର ଚାରିନଙ୍ଗଳ ଠାରେ ସଡ଼କ ଦୁର୍ଘଟଣା : ଜଣେ ମୃତ, ୮ ଗୁରୁତର

0
118
ପାରାଦ୍ୱୀପ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂପୁର, (୦୮/୦୪) : ପାରାଦ୍ୱୀପ ଜାତୀୟ ରାଜପଥର ଚାରିନଙ୍ଗଳ ଠାରେ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୮ଗୁରୁତର ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାଇ ଆଜି ସକାଳେ ଏକ ପିକ ଅପ ଗାଡି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ପିକ ଅପ ଡ୍ରାଇଭରଙ୍କ ସହ ଗାଡିର ଡାଲରେ ପଛପଟେ ବସିଥିବା ମୋଟ ୯ ଜଣକ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଛନ୍ତି । ଗୁରୁତର ମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବାଲିଚନ୍ଦ୍ରପୁର ଅଞ୍ଚଳର ଶୁଖୁଆ ବ୍ୟବସାୟୀ ଶୁଖୁଆ ବିକ୍ରି ପାଇଁ ପିକ ଅପ ଭ୍ୟାନରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ତେବେ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।