୫୫ ରନରେ ଜିତିଲା ଗୁଜରାଟ ଟାଇଟନ୍ସ

0
89
୫୫

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆ ଦେଲ୍ହୀ, (୨୬/୦୪) : ଆଇପିଏଲ ୨୦୨୩ ର ୩୫ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବିପକ୍ଷରେ ଗୁଜରାଟ ଟାଇଟାନ୍ସ ୫୫ ରନରେ ଜିତିଯାଇଛି

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଏମଆଇ ପକ୍ଷରୁ ଇଶାନ କିଶନ ୧୩ ରନ କରିଥିବାବେଳେ କାମେରୁନ ଗ୍ରୀନ ୩୩ ରନ, ସୂର୍ଯ୍ୟ କୁମାର ଯାଦବ ୨୩, ନେହାଲ ଓ୍ବେଧରା ୪୦, ପୀୟୁଷ ଚାଓ୍ବଲା ୧୮, ଅର୍ଜୁନ ତେନ୍ଦୁଲକର ୧୩ ରନ କରିଥିଲେ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ଅନ୍ୟପକ୍ଷେ ଜିଟି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ୨୦ ଓଭରରେ ଜିଟି ୬ ଓ୍ବିକେଟ ହରାଇ ୨୦୭ ରନ କରିଥିଲା । ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୮ ରନ ରହିଥିଲା । ଜିଟି ପକ୍ଷରୁ ଶୁଭମାନ ଗିଲ ୫୬ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ରନ, ବିଜୟ ଶଙ୍କର ୧୯, ଅଭିନବ ମନୋହର ୪୨, ଡେଭିଡ ମିଲର ୪୬, ରାହୁଲ ତଓ୍ବୋତିଆ ୨୦ ରନ କରିଥିଲେ । ୫୫ ରନରେ ଜିତିଲା ଗୁଜରାଟ ଟାଇଟନ୍ସ ।