କାଇରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଜବରଦଖଲ ଉଚ୍ଛେଦ

0
74
କାଇରାଝୁଲି

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୬/୪) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଅଛି ।

ପ୍ରାପ୍ତ ସୂଚନା ଅନୁସାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଇରାଝୁଲି ପରିସରକୁ କିଛି ଅସାଧୁ ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆରରେ ରଖିଥିଲେ । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନିବେଦିତା ମିଶ୍ରଙ୍କ ଅନୁରୋଧ କ୍ରମେ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ନିର୍ଦ୍ଦେଶରେ ଉପଖଣ୍ଡିୟ ପୋଲିସ ଅଧିକାରୀ ବୀରମହାରାଜପୁର ଶ୍ରୀଯୁକ୍ତ ଡୋଳାମଣି ଭୋଇ, ଆଦର୍ଶ ଥାନା ବୀରମହାରାଜପୁରର ଭାରପ୍ରାପ୍ତ ଅଧିକାରିଣୀ ମହୋଦୟା ଶ୍ରୀମତୀ ପଦ୍ମାଶିନୀ ମେହେର ଓ ଉଲୁଣ୍ଡା ତହସିଲଦାର ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମାଝୀ ସଦଳବଳେ ପହଞ୍ଚି ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ଉଚ୍ଛେଦ ପ୍ରକ୍ରିୟାରେ ଅଞ୍ଚଳବାସୀ ବେଶ ଖୁସି ଅନୁଭବ କରିଥିଲେ ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଲେଖାରାଜ ଙ୍କ ସମେତ ସମସ୍ତ ସଦସ୍ୟା ବେଶ ଖୁସି ଅନୁଭବ କରିଥିଲେ । ଦୀର୍ଘ ଦିନରୁ ଜାରି ରହିଥିବା ପରିଶ୍ରମର ଫଳ ସ୍ୱରୂପ ଜବରଦଖଲ ଉଚ୍ଛେଦ ହୋଇଥିବାରୁ ଅଞ୍ଚଳବାସି ବେଶ ଉତ୍ସାହିତ ହେବା ସହିତ ଜବରଦଖଲକାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି । ଆଗକୁ ଉଚ୍ଛେଦ ପ୍ରକ୍ରିୟା ଆହୁରି ତୀବ୍ରତର ହେବ ବୋଲି ଉଲୁଣ୍ଡା ତହସିଲଦାର ଶ୍ରୀଯୁକ୍ତ ମାଝୀ ମହୋଦୟ ଓ ଉପଖଣ୍ଡିୟ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ଭୋଇ ମହୋଦୟ ପ୍ରତିଶୃତି ଦେଇଛନ୍ତି ।