ବ୍ଲକସ୍ତରୀୟ ମିଶନ ଶକ୍ତି ବଜ଼ାର ର ଶୁଭ ଉଦଘାଟନ

0
88
ବ୍ଲକସ୍ତରୀୟ ମିଶନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୫) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ମିଶନ ଶକ୍ତି ବଜ଼ାର ର ଶୁଭ ଉଦଘାଟନ ହୋଇଯାଇଛି lWhatsApp Image 2023 05 01 at 06.59.02 ବ୍ଲକସ୍ତରୀୟ ମିଶନ ଶକ୍ତି ବଜ଼ାର ର ଶୁଭ ଉଦଘାଟନ

ବ୍ଲକସ୍ତରୀୟ ମିଶନ ଶକ୍ତି ବଜ଼ାର ର ଶୁଭ ଉଦଘାଟନ l ସୀତାରାମ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ସାହାଜପିଟା, ସୋନପୁର ଦ୍ଵାରା ପରିଚାଳିତ ଏହି ବଜାର ରେ ସୋନପୁର ବ୍ଲକ ର ସମସ୍ତ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରାଯିବା ସହିତ ବିଭିନ୍ନ ପ୍ରକାର ଛତୁ ଓ ଛତୁ ମଞ୍ଜି ବିକ୍ରୟ କରାଯିବ l ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଙ୍କ ଉପସ୍ଥିତ ରେ ସୀତାରାମ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତି ଙ୍କ କରକମଳ ବଜାରର ଶୁଭ ଉଦଘାଟନ ହୋଇଯାଇଛି l ଏହି ଉଦଘାଟନ ସମାରୋହରେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଜିଲ୍ଲା ସଂଯୋଜକ ମିଶନଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ଅନ୍ୟାନ୍ୟ ମିଶନ ଶକ୍ତି କର୍ମକର୍ତ୍ତା, ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ଏବଂ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଉପସ୍ଥିତ ଥିଲେ l