ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ

0
91
ଜିଲ୍ଲା ସ୍ତରୀୟ ମଇ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧/୫) : ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ମିଳିତ ପ୍ରୟାସରେ ଆଜି ସ୍ଥାନୀୟ ଟାଉନ୍ ହଲ ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଓ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୩ ପାଳିତ ହୋଇଯାଇଛି ।WhatsApp Image 2023 05 01 at 06.17.28 1 ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ

ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ଜିଲ୍ଲା ବିଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ନରେନ୍ଦ୍ର ରାଇକା ଯୋଗ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ମଣ୍ଡଳ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତା ଉପରେ ସମ୍ୟକ୍ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଭୂପିନ୍ଦର ସିଂ ନିଜ ବକ୍ତବ୍ୟରେ ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶ ଓ ନିର୍ମାଣ ରେ ଶ୍ରମିକମାନଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଦ୍ଵାରା ପ୍ରଣୟନ ହୋଇଥିବା ବିଭିନ୍ନ ଶ୍ରମିକ ସହାୟତା ଯୋଜନାର ସୁଯୋଗ ନେବାକୁ ଏବଂ ନିଜକୁ ପଞ୍ଜୀକୃତ କରିବାକୁ ଅନୁରୋଧ କରିଥିଲେ । ଅନ୍ୟ ଅତିଥିଗଣ ସମସ୍ତଙ୍କୁ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇ ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ଯେଭଳି ସହାୟତା ପହଞ୍ଚିପାରିବ ତା ଉପରେ ଅଧିକାରୀ ଧ୍ୟାନ ଦେଲେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ପୂର୍ଣ୍ଣ ହେବ ବୋଲି କହିଥିଲେ ।

କଳାହାଣ୍ଡି ଜିଲ୍ଲା ରେ ଶ୍ରମିକ ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ମୃତ୍ୟୁ, ଅନ୍ତେଷ୍ଟିକ୍ରୀୟା, ବିବାହ, ମାତୃତ୍ଵ, ଶିକ୍ଷା ସହାୟତା ବାବଦକୁ ମୋଟ ୩,୦୨,୮୯୬୦୦/- ଟଙ୍କା ବିତରଣ କରାଯାଇଛି । ଆଜି ସଭାରେ ମୁଖ୍ୟ ଅତିଥି ଭବାନୀପାଟଣା ନକଟିଗୁଡ଼ା ନିବାସୀ ମୃତ୍ୟୁ ସହାୟତା ରେ ମୃତ କାର୍ତ୍ତିକ ସରାଫ ଙ୍କ ପତ୍ନୀ ଗୀତାଞ୍ଜଳି ସରାଫଙ୍କୁ ୨ ଲକ୍ଷ ଟଙ୍କା, ଅନ୍ତେଷ୍ଟିକ୍ରିୟା ସହାୟତା ରେ ଜୁନାଗଡ ବ୍ରାହ୍ମଣୀଗୁଡ଼ା ର ସାରଦା ବାଗ ଙ୍କୁ ୫୦୦୦ ଟଙ୍କା, ସଂବୁନଗରପଡ଼ାର ରଶ୍ମିତା ସାସମଲଙ୍କୁ ୧ ଲକ୍ଷ ଟଙ୍କା , ଶିକ୍ଷା ସହାୟତା ରେ କେସିଙ୍ଗା ର ଲଟକାବାହାଲି ଗ୍ରାମର ଲଲିତା ମାଝୀ ଙ୍କୁ ୫୦୦୦ ଟଙ୍କା , ଚୂଡ଼ାମଣି ସାହୁଙ୍କୁ ବିବାହ ସହାୟତା ପାଇଁ ୫୦୦୦୦ ଟଙ୍କା ର ଚେକ୍ ପ୍ରଦାନ କରିଥିଲେ । ସଭାରେ ପ୍ରାୟ ୪୦୦ ରୁ ଉର୍ଦ୍ଧ ଶ୍ରମିକ ଭାଇ ଭଉଣୀ, ଶ୍ରମିକ ସଂଗଠନ କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।