ମଇ ଦିବସ ଓ ଆନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୩ ପାଳିତ

0
92
ମଇ ଦିବସ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୧/୦୫) : ୨୦୨୩- ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଓ ମଇ ଦିବସ ସ୍ଥାନୀୟ-ଅଶୋକ କଲ୍ୟାଣ ମଣ୍ଡପ, ରାୟଗଡା ଠାରେ ପାଳିତ ହୋଇଯାଇଛି lWhatsApp Image 2023 05 01 at 08.07.02 ମଇ ଦିବସ ଓ ଆନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୩ ପାଳିତ

ମଇ ଦିବସ ଓ ଆନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୩ ପାଳିତ l ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଛୁଆ ଓ ସଂଖ୍ୟା ଲଘୁ ସଂପ୍ରଦାୟ ବିକାଶ ଓ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସମ୍ମlନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ନିବେଦିତା ପଣ୍ଡା, ଅଧ୍ୟକ୍ଷ ପୌରପରିଷଦ ରାୟଗଡା ଶ୍ରୀ ପି ମହେଶ ପଟନାୟକ ଆଦି ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ଜସ୍ମୀନି ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଶ୍ରମିକ ଦିବସର ତାତ୍ପର୍ଯ୍ୟତା ଓ ଜିଲ୍ଲାରେ ପଞ୍ଜୀକୃତ ସଙ୍ଗଠିତ ଓ ଅଣସଙ୍ଗଠିତ ଶ୍ରମିକ ମାନଙ୍କ ତାଲିକା ଉପସ୍ଥାପନ କରିବା ସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l

ରାୟଗଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୯୮୨୪୫ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମୋଟ ୭ କୋଟି ଟଙ୍କା ଲେବର ସେସ୍ ଆଦାୟ କରାଯାଇଅଛି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ ସହାୟତା ରାଶି ଯଥା ଶିକ୍ଷା ସହାୟତା ୨୬୯ ଜଣ ହିତାଧିକାରୀଙ୍କୁ ୧୨,୭୮, ୨୦୦ଟଙ୍କା/-, ସେହିପରି ୨୧୫ ଜଣଙ୍କୁ ବିବାହ ସହାୟତା ୧,୦୫,୭୫,୦୦୦/- ଟଙ୍କା, ପ୍ରସୂତୀକାଳିନ ସହାୟତା ୩୬ ଜଣକୁ ୩,୬୦,୦୦୦/-ଟଙ୍କା, ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ପାଇଁ ୧ ଜଣକୁ ୪,୦୦,୦୦୦/- ଟଙ୍କା, ମୃତ୍ୟୁ କାଳୀନ ସହାୟତା ପାଇଁ ୭୧୧ ଜଣକୁ ୧୩,୯୦,୦୦,୦୦୦/- ଟଙ୍କା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୬୯୪ ଜଣକୁ ୩୪,୭୦,୦୦୦/- ଟଙ୍କା ସର୍ବମୋଟ ୧୯୨୬ ଜଣ ହିତାଧିକାରୀଙ୍କୁ ୧୫,୫୦,୮୩,୨୦୦/- ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଓଡିଶା ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ, ଭୁବନେଶ୍ୱର, ରାୟଗଡା ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବର୍ଗର ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ଯଥା ବୁଲା ବିକାଳି, କ୍ଷୁଦ୍ରବେପାରୀ, ଘରୋଇ ଶ୍ରମିକ, ରିକ୍ସା ଚାଳକ, ଅଟୋ ଚାଳକ, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ଖବର କାଗଜ ବିକାଳି, ସଫେଇ ବାଲା ଇତ୍ୟାଦି ମୋଟ ୮୧୩୩ ଜଣ ଅଛନ୍ତି l

ରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୩୬,୦୦,୦୦୦/- ଟଙ୍କା ୩୬ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଅଛି । ମଇ ଦିବସ ଅବସରରେ ତଥା ତା ୦୧.୦୫.୨୦୨୩ ରିଖରେ ୨୬୯ ଜଣ ଶ୍ରମିକଙ୍କୁ ଶିକ୍ଷା ସହାୟତା ବାବଦରେ ୧୨ ଲକ୍ଷ ୭୮ ହଜାର ୨୦୦ ଟଙ୍କାର ମୋଟ ରାଶି, ୨୧୫ ଜଣ ଶ୍ରମିକଙ୍କୁ ବିବାହ ସହାୟତା ବାବଦରେ ୧ କୋଟି ୫ ଲକ୍ଷ ୭୫ ହଜାର ଟଙ୍କାର ମୋଟ ରାଶି , ୩୬ ଜଣ ମହିଳା ଶ୍ରମିକଙ୍କୁ ପ୍ରସୁତୀ ସହାୟତା ବାବଦରେ ୩ ଲକ୍ଷ ୬୦ ହଜାର ଟଙ୍କାର ମୋଟ ରାଶି,୨୦୦ ଜଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ୪ କୋଟି ଟଙ୍କାର ସହାୟତା ରାଶି ଏବଂ ୨୦୦ ଜଣ ଶ୍ରମିକଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ସହାୟତା ୧୦ ଲକ୍ଷ ଟଙ୍କାର ସହାୟତା ରାଶି କରାଯାଇଥିବା ମଣ୍ଡଳ ଶ୍ରମ ଅଧିକାରୀ, ରାୟଗଡ଼ା ଜଣାଇଛନ୍ତି l ଶେଷରେ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଇତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l