ବାଲ୍ୟବିବାହ ନିରାକରଣ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ପର୍କିତ କର୍ମଶାଳା

0
137
ବାଲ୍ୟବିବାହ ନିରାକରଣ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୧୦/୦୫) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭାଗୃହ ଠାରେ ଆଜି ସ୍ଵେଚ୍ଛାସବୀ ଅନୁଷ୍ଠାନ ରେଆର୍ ଦ୍ୱାରା କିଣ୍ଡରପୋଷ୍ଟଜେଲ ସହାୟତା ରେ ଏକ ଦିବସୀୟ ବାଲ୍ୟବିବାହ ନିରାକରଣ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପକ୍ସୋ)ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାସ ଯୋଗ ଦେଇ ବାଲ୍ୟବିବାହ ନିରାକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ଶିଶୁ ସୁରକ୍ଷା ୟୁନିଟ ର ବିଜୟ ବିଶ୍ୱାଳ ଓ ବାଲ୍ୟ ବିବାହ ପରାମର୍ଶଦାତା ତଥା ଏକ୍ସନ ଏଡ ର ପ୍ରତିନିଧି ରାକେଶ ପ୍ରଧାନ, ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗ୍ ଦେଇଥିଲେ । ତାଲିମଦାତା ଭାବରେ ରାଜିବ ନାଏକ ଓ ସୁନିତା ତ୍ରିପାଠୀ ଯୋଗ ଦେଇ ବାଲ୍ୟ ବିବାହ ନିରାକରଣ ଆଇନ୍ ୨୦୦୬ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପକ୍ସୋ) ତଥା କିଶୋର ନ୍ୟାୟ ପରିଷଦ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଏଥିରେ ଜିଲ୍ଲା ର ଛଅ ଗୋଟି ବ୍ଲକ ର ବାଲ୍ୟ ବିବାହ ନିରାକରଣ ଅଧିକାରୀ, ମହିଳା ପରିଦର୍ଶିକା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିଶୁ ମନ୍ଗଳ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ତାଲିମ୍ ଗ୍ରହଣ କରିଥିଲେ। କାର୍ଯକ୍ରମ କୁ ରେଆର ସାଧାରଣ ସମ୍ପାଦକ ଅନନ୍ଗ ନେଗୀ ସଭା ସଞ୍ଜଯୋନା କରିଥିବାବେଳେ କାର୍ଯ୍ୟକ୍ରମ ସୋନ୍ଜଜକ ଧନୁର୍ଦ୍ଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ରେଆର ପ୍ରତିନିଧି ମିତ୍ରଭାନୁ ମଲ୍ଲିକ, ଝରଣା ପଟ୍ଟନାୟକ, ସୁଶାନ୍ତ ସା, ଅଶୋକ ଝାଙ୍କର, ସୁଦାମ ଗାଇଗରିଆ ସହଯୋଗ କରିଥିଲେ ।