ପ୍ରଥମ ସଉରା ସାଂସ୍କୃତିକ ମହୋତ୍ସବ – ୨୦୨୩ ଅନୁଷ୍ଠିତ 

0
242
ପ୍ରଥମ ସଉରା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୯/୫) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଶିରିଝୋଳି ପଞ୍ଚାୟତର ଅଲମଗୁଡା ଠାରେ ପ୍ରଥମ ସଉରା ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 05 09 at 17.36.55 1 ପ୍ରଥମ ସଉରା ସାଂସ୍କୃତିକ ମହୋତ୍ସବ - ୨୦୨୩ ଅନୁଷ୍ଠିତ 

ପ୍ରଥମ ସଉରା ସାଂସ୍କୃତିକ ଉତ୍ସବରେ ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶରୂ ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଅତିଥି ମାନଙ୍କୁ ସ୍ୱାଗତ କର । ମୂଖ୍ୟ ଅତିଥି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭାପତି ଅନୁସୂୟା ମାଝୀ, ପ୍ରକଳ୍ପ ଅଧିକାରୀ ଉନ୍ନୟନ ସଂସ୍ଥା ଗୁଣପୁର ଶାନ୍ତିଲତା ପ୍ରଧାନ, ଗୋଷ୍ଠି ଉନ୍ନୟନ ଅଧିକାରୀ ଗୁଣପୁର ପ୍ରଭାତୀ ଝୋଡିଆ, ବରିଷ୍ଠ ଆଇନଜୀବି ବ୍ରହ୍ମାନନ୍ଦ ପଟ୍ଟନାୟକ, ଅଶ୍ଵିନୀ ଗମାଙ୍ଗ ପ୍ରମୁଖ ଯୋଗଦେଇ ଶବର ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରିଵା ସହ ଏହି ଶବର ଭାଷା ଓ ଲିପିର ପ୍ରଚାର ପ୍ରସାର ପାଇଁ ମାର୍ଗ ଦର୍ଶନ କରିଥିଲେ । ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଓ ପୂର୍ବତନ ଜିଲ୍ଲା ସଭାପତି ବିଜୟ ଗମାଙ୍ଗ ସଉରା ଲିପିକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବି କରିଵା ସହ ସୁନ୍ଦର ସଙ୍ଗୀତ ମାଧ୍ୟମରେ ନିଜର ମତ୍ତ ପ୍ରକାଶ କରିଥିଲେ ।

କିମ୍ବଦନ୍ତୀ ଅନୁସାରେ, ଏକ ଅଲୌକିକ ଘଟଣାକ୍ରମେ ଗୁଣପୁର ଉପଖଣ୍ଡ ମରିଚଗୁଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ପଣ୍ଡିତ ମାଙ୍ଗେଇ ଗମାଙ୍ଗ । ସେ ୧୯୩୬ ମସିହାରେ ଦିର୍ଘ ୨୧ ଦିନ ତପସ୍ୟା କରି ଅକ୍ଷର ବ୍ରହ୍ମ ପ୍ରାପ୍ତ କରିଥିଲେ । ଓଡ଼ିଆ ଭାଷା ସହ ସାମଞ୍ଜସ୍ୟ ଥିବା ୨୪ ଟି ଅକ୍ଷର ୧୦ ଗୋଟି ସଂଖ୍ୟା କଳ୍ପିତ ହୋଇ ପଥରରେ ଖୋଦିତ ଥିବା ତାଙ୍କୁ ସ୍ବପ୍ନାଦେଶ ହୋଇଥିଲା । ଏହି ଅକ୍ଷରକୁ ସ୍ଥାନୀୟ ଭାଷାରେ ସେରାଙ୍ଗ ସମ୍ପେଙ୍ଗ କୁହାଯାଏ । ଯାହା ଏବେ ମରିଚଗୁଡା ଗ୍ରାମରେ ଅକ୍ଷର ବ୍ରହ୍ମ ରୂପରେ ପୂଜା ପାଉଛି । ଅକ୍ଷର ବ୍ରହ୍ମ ପ୍ରାପ୍ତ ହେବାର ଦୀର୍ଘ ୮୭ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ପରିଚୟ ଖୋଜୁଛି ସଉରା ଲିପି । ଏହି ପୁରାତନ ଭାଷା ଓ ଲିପିକୁ ସରକାରୀ ଓ ପ୍ରଶାସନିକ ସ୍ତରରେ ମାନ୍ୟତା ଦେବାକୁ ଅନେକ ସାରସ୍ଵତ ସାଧକ ମାନେ ଉଦ୍ୟମ କରି ଆସିଛନ୍ତି ।WhatsApp Image 2023 05 09 at 17.36.55 ପ୍ରଥମ ସଉରା ସାଂସ୍କୃତିକ ମହୋତ୍ସବ - ୨୦୨୩ ଅନୁଷ୍ଠିତ 

କାହିଁ କେଉଁ ଆବହମାନ କାଳରୁ ଆଦିବାସୀ ସଉରା ସଂପ୍ରଦାୟ ରହିଆସିଥିଵାର ପ୍ରମାଣ ବିଭିନ୍ନ ପୁରାଣ ଓ ଶାସ୍ତ୍ରରେ ବର୍ଣ୍ଣିତ ଥିବାବେଳେ ସମ୍ପ୍ରତି ସମ୍ପ୍ରଦାୟ ଲୋକଙ୍କ ଲିପିକୁ ଆଜି ସୁଦ୍ଧା ସରକାରୀ ସ୍ତରରେ କିମ୍ବା ସାମ୍ବିଧାନିକ ଭାଷା ରୂପେ ମାନ୍ୟତା ନ ମିଳିବା ଦୁଃଖର ବିଷୟ । ଏଥିପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାବି କରି ଆସୁଥିଲେ ସୁଦ୍ଧା ଆନ୍ତରିକତା ଅଭାବ ଯୋଗୁଁ ଏହା ସରକାରଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଶେଷରେ ଏତିକି କୁହାଯାଇପାରେ ଯେ , ପ୍ରାଚୀନ ଆଦିବାସୀ ସଉରା ସମ୍ପ୍ରଦାୟ ଲୋକଙ୍କ କଳା , ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ହେଲେ ସରକାରୀ ସ୍ତରରେ ଏହି ଲିପି କୁ ମାନ୍ୟତା ମିଳିବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।