ଦୁଇଦିନିଆ ଗଜପତି ଗସ୍ତ କରିବେ ପାଣ୍ଡିଆନ : ଗଜପତି ପ୍ରଶାସନ ପ୍ରସ୍ତୁତି

0
132
ଦୁଇଦିନିଆ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୯/୫) : 5T ସଚିବ ତଥା ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କ ଆଜି ଠାରୁ ଗଜପତି ଜିଲ୍ଲାରେ ଦୁଇଦିନିଆ ଗସ୍ତ କରୁଥିବାରୁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି ।

ଦୁଇଦିନିଆ ଗଜପତି ଗସ୍ତ କରିବେ ପାଣ୍ଡିଆନ । ଆଜି ଅପରାହ୍ନ ସାଢ଼େ ୩ ଟା ରେ ସେ ମୋହନା ରେ ହେଲିକେପଟର ଯୋଗେ ପହଁଚିବେ, ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିବା ସହ ଜିରାଙ୍ଗ ସ୍ଥିତ ବୌଦ୍ଧ ବିହାର ଓ ଛେଲିଗଡ଼ ପ୍ରକଳ୍ପ ଇର୍ୟାଦି ଦେଖିବା ପରେ ସେଠାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳୁ ସେ ଗୁମ୍ମା ଗାଁ ହାଟ, ବସ ଷ୍ଟାଣ୍ଡ, ଓ 5T ରେ ରୂପାନ୍ତରିତ ସ୍କୁଲ କୁ ସମୀକ୍ଷା କରିବେ । ପୋଲିସ ପଡିଆ ପାରଳାଖେମୁଣ୍ଡି ରେ ଅବତରଣ କରି ପାରଳାଖେମୁଣ୍ଡି ଓ କାଶୀନଗର ର କାଉନ ସିଲେର ମାନଙ୍କ ସହ ଆଲୋଚନା କରିବେ । ପରେ କାଶୀନଗର ବ୍ଲକ ର କୃଷ୍ଣସାଗର ଡେମ ପରିଦର୍ଶନ କରି ଗୋଶାଣି ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସେଠାରେ ଭୋଜନ ସାରି ସନ୍ଧ୍ୟାରେ ଭୁବେନେଶ୍ୱର ଚାଲିଯିବେ । ଏଣୁ ପୂର୍ତ୍ତ, ପୋଲିସ ସହ ଜିଲ୍ଲା ପ୍ରଶାସନ ସଜାଗ ହେବା ସହ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରା ଯାଇଛି ।