ମୋବାଇଲ ଫାଟି ଅଗ୍ନିକାଣ୍ଡ, ଜଳିଗଲା ଲାପଟପ୍

0
83
ମୋବାଇଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୧୦/୦୫) : ମୋବାଇଲ ଫାଟି ଅଗ୍ନିକାଣ୍ଡ । ଚାର୍ଜରେ ବସାଇଥିବାବେଳେ ଫାଟିଗଲା ମୋବାଇଲ୍ । ମୋବାଇଲରୁ ଅଗ୍ନିକାଣ୍ଡ ଘଟି ନିକଟରେ ଥିବା ଲ୍ୟାପଟପ୍ ଜଳି ଯାଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଡମ୍ବଗୁଡା ପଞ୍ଚାୟତ ଗାଣ୍ଡାପାଜୁ ଗ୍ରାମରେ । ଗ୍ରାମର ମମତା ନାୟକ ନିଜ ଘରେ ମୋବାଇଲ ଚାର୍ଜ ବସେଇଥିବା ବେଳେ ହଠାତ୍ ମୋବାଇଲ ଫାଟି ଯାଇଥିଲା । ପରେ ଏଥିରୁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ପାଖରେ ଥିବା ଲ୍ୟାପଟପ୍ ସମେତ କିଛି ଆବଶ୍ୟକୀୟ କାଗଜ ପତ୍ର ପୋଡି ଯାଇଥିବା ଜଣାପଡିଛି । ଘଟଣା ଯୋଗୁଁ ପରିବାର ଲୋକେ ଭୟବିତ ହୋଇ ପଦାକୁ ବହାରି ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ସୂଚନା ମିଳିଛି ।