୫୦ ଗ୍ରାମ ବ୍ରାଉନସୁଗାର ସହ ବେପାରୀ ଗିରଫ

0
90
୫୦ ଗ୍ରାମ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୧୧/୦୫) : ୫୦ ଗ୍ରାମ ବ୍ରାଉନସୁଗାର ସହ ବେପାରୀ ଗିରଫ । ଦିନକୁ ଦିନ ଗ୍ରାମାଞ୍ଚଳରେ ବୃଦ୍ଧି ପାଇଲାଣି ଧଳାଜହର କାରବାର ।

ବିଶେଷକରି ଯୁବଗୋଷ୍ଠୀ ଏହି କାରବାରରେ ପଶି ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେବା ସହ ବିଭିନ୍ନ ଅପରାଧ ଘଟାଉଛନ୍ତି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାର ବାଘମାରି ଓ ବେଗୁନିଆ ଥାନା ଅଞ୍ଚଳରେ ଥିବା ଗ୍ରାମରେ ଏହି କାରବାର ଅଧିକ ହେଉଥିବା ଅଭିଯୋଗ ହେଉଥିଲା । ଆଉ ଏହି ବ୍ୟବସାୟକୁ ବନ୍ଦ କରିବା ପାଇଁ ପୋଲିସ ବିଭିନ୍ନ ସମୟରେ ଚଢାଉ କରି ଜଣେ ଦୁଇଜଣଙ୍କୁ ଗିରଫ କରୁଥିଲେ ବି ଏହି ବେପାର କମିବାର ନା ଧରୁନି । ସେହିଭଳି ବୁଧବାର ଅବକାରୀ ମୋବାଇଲ ଟିମ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଡାଳ ତୋଡା ବଜାର ନିକଟରେ ଚଢାଉକରି ଜଣେ ନିଶା ବେପାରୀଙ୍କ ଠାରୁ ୫୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ହୁଣ୍ଡା ଆକ୍ଟିଭା ସ୍କୁଟି ଜବତ କରିଛି । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଅବକାରୀ ମୋବାଇଲ ଟିମ । ଜବତ ବ୍ରାଉନସୁଗାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ବାଉନସୁଗାର ମାମଲାରେ ଗିରଫ ଅଭିଯୁକ୍ତ ହେଲେ ଗୋଡା ଗ୍ରାମର ସପନ ଗୁମାନସିଂହ ବୋଲି ପୋଲିସ ସୂଚନା ଦେଇଛି ।