୧ କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ସହ ୨ବାଇକ୍ ଜବତ, ଜଣେ ଗିରଫ

0
76
୧ କ୍ଵିଣ୍ଟାଲ ୨୦

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୨/୦୫) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଚଢ଼ାଉ କରି ୧ କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ସହ ଦୁଇ ବାଇକ୍ ଓ ଜଣକୁ ଗିରଫ କରିଥିବା ଜଣାପଡ଼ିଛି l

ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଏସ ପି ରାଜ ପ୍ରସାଦ ଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁଇସିଂ ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି ଥିଲେ l ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପୋଲିସ୍ ମାଡ଼ି ବସିଥିଲା l ସେମାନଙ୍କ ନିକଟରୁ ୧ କ୍ଵିଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ୨ ବାଇକ୍ ଓ ଜଣେ ମାଫିଆକୁ ଗିରଫ କରିଛି l

ଏ ସମ୍ପର୍କରେ କଣ୍ଟାମାଳ ଥାନାରେ ୯୦/୨୩ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ଥିବା ବେଳେ ଅନ୍ୟ ଗଞ୍ଜେଇ ମାଫିଆ ଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଜଣା ପଡ଼ିଛି l ଅଭିଯୁକ୍ତ ରୋହିତ ଖଟୁଆ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି l ଅନ୍ୟପଟେ ଚଳିତ ବର୍ଷ ଜାନୁଆରୀ ବର୍ତ୍ତମାନ ସୁଦ୍ଧା ୮୧ କ୍ଵିଣ୍ଟାଲ ୪୭ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ୧୭ ଗୋଟି ଗଞ୍ଜେଇ ମାମଲା ପଞ୍ଜୀକୃତ ହୋଇଥିବା ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି l