ଗଛରେ ପିଟିଲା ବୋଲେରୋ, ଗଲା ଦୁଇ ଜୀବନ

1
101
ଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୭/୦୫) : କେନ୍ଦୁଝର ଚମ୍ପୁଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ, ୨ ମୃତ, ୨ ଗୁରୁତର ।

ମୃତକ ହେଉଛନ୍ତି କୋଇଡ଼ା ଥାନା, କମଣ୍ଡୋ ଅଞ୍ଚଳର ବିନୋଦ ବାରିକ ଓ ନିଳାଦ୍ରି ଘଣା । ବିବାହ ଭୋଜିରେ ସାମିଲ ହୋଇ ଘରକୁ ଫେରୁଥିବା ବେଳେ ରାମଚନ୍ଦ୍ରପୁର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିଲା । ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରିଛି।

1 COMMENT

Comments are closed.