ଜଗମଣ୍ଡା ପାହାଡ଼ ଉପରେ ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘର ବୈଠକ

0
114
ଜଗମଣ୍ଡା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୮/୫) : ଆଜି ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଙ୍ଘ Mid Day Meal Workers (AICCTU) ତରଫରୁ ପଦ୍ମପୁର ନିକଟ ଜଗମଣ୍ଡା ପାହାଡ଼ ଉପରେ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 05 18 at 14.00.17 1 ଜଗମଣ୍ଡା ପାହାଡ଼ ଉପରେ ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘର ବୈଠକ

ଉକ୍ତ ସଭାରେ ପାଚିକା ସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ, ପଦ୍ମପୁର ବ୍ଲକ ସଭାପତି ପାର୍ବତୀ ଶବର ଅନ୍ୟାନ୍ୟ ୧୦୦ ରୁ ଉର୍ଦ୍ଧ ପାଚିକା ମାନେ ଯୋଗଦେଇଥିଲେ । ମେ ମାସ ୨୯ ତାରିଖରେ ଜଗମଣ୍ଡା ପାହାଡ଼ ଉପରେ ଦାକ୍ଷିଣ ଓଡିଶା ପାଚିକା ଓ ସହାୟିକା ସଂଘ Mid Day Meal Workers ( AICCTU) ତରଫରୁ ପାଚିକା ଓ ସହାୟିକା ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଗୁଣପୁର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ କରିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସରକାରଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନ କରିବାକୁ ନିଷ୍ପତି ନିଆଯାଇଛି, ସେଗୁଡିକ ମଧ୍ୟରେ ପାଚିକା ଓ ସହାୟକ ମାନଙ୍କୁ ସ୍ଥାୟୀ କରିବା, ମଧ୍ୟାହ୍ନ ଭୋଜନ କୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ଦେବା ବନ୍ଦ କରିବା, ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ଼ କୁ ବାତିଲ କରିବା, ପାଚିକା ଓ ସହାୟିକା ମାନଙ୍କୁ ବିମାଭୁକ୍ତ କରିବା, ପାଚିକା ଓ ସହାୟକ ମାନଙ୍କୁ ପେନସନ ଯୋଜନା ଲାଗୁ କରିବା ସହ ମାସିକ ୨୬ ହଜାର ଦରମା ଲାଗୁ କରିବା, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଜେଟ ରେ ଛାତ୍ରଛାତ୍ରୀ ମାନଙ୍କ ଖାଇବା ଖର୍ଚ ବୃଦ୍ଧି ପାଇ ବ୍ୟବସ୍ଥା କରିବା, ନୂତନ ଶିକ୍ଷା ନୀତି ୨୦୨୦ କୁ ବାତିଲ୍ କରିବା, ବାର୍ଷିକ ଦୁଇଗୋଟି ସୁତଲୁଗା ପ୍ରଦାନ କରିବା, ନୁତନ ଭାବେ ନିଯୁକ୍ତି ପାଉଥିବା ପାଚିକା ମାନଙ୍କୁ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଜିର ଏହି ବୈଠକରେ ଦକ୍ଷିଣ ଓଡ଼ିଶା ପାଚିକା ଓ ସହାନୟିକା ମହାସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ ପୌରହିତ କରିଥିବା ବେଳେ, ପାର୍ବତୀ ଶବର, ଯୋସଦା ଶବର, ଜୟନ୍ତୀ ଶବର, ଭବାନୀ ପାଣିଗ୍ରାହୀ, ନଳିନୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।