ଲୁହା ଛଡ଼ ରେ ପିଟି ପିଟି ଧର୍ମପତ୍ନୀକୁ ସ୍ୱାମୀ ମାରି ଦେଇଥିବା ବିନିକା ଥାନାରେ ଅଭିଯୋଗ

0
103
ଲୁହା ଛଡ଼

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୫) : ନିଜର ଧର୍ମପତ୍ନୀକୁ ଲୁହା ଛଡ଼ ରେ ପିଟି ପିଟି ଉତ୍ୟକ୍ତ ସ୍ୱାମୀ ମାରି ଦେଇଥିବା ବିନିକା ଥାନାରେ ଅଭିଯୋଗ ହେଉଛି ।

ଘଟଣା ଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗନିଆଁ ଫାଣ୍ଡି ଅନ୍ତର୍ଗତ ଅଡାକସା ଗ୍ରାମରେ । ଗ୍ରାମବାସୀ ଏକତ୍ରିତ ହୋଇ ଏହାର ପର୍ଦ୍ଦାଫାଶ ସହ ଅଭଯୁକ୍ତ ସ୍ଵାମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନିକା ଥାନାର ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଦସ୍ତଖତ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ଗ୍ରାମର ଦୁଃଖୀଶ୍ୟାମ ଭୁଏ ନାମକ ଜଣେ ବ୍ୟକ୍ତି ଗତ ୩/୪ବର୍ଷ ହେଲା ଏକ ଛୋଟିଆ ଢାବା ଦୋକାନ ଖୋଲି କୁକୁଡ଼ା ମାଂସ ବିକ୍ରୀ କରି ଆସୁଛି । କୌଣସି କାରଣରୁ ଗତ ୧୭ତାରିଖ ରାତ୍ର ସମୟରେ ତା ନିଜ ଧର୍ମପତ୍ନୀ କିଶୋରୀ ଭୋଇ କୁ ଲୁହା ଛଡ଼ ରେ ପିଟି ପିଟି ମାରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଦୋକାନରେ ଶ୍ରମିକ ଭାବେ କାମ କରୁଥିବା ପ୍ରଫୁଲ୍ଲ ମେଲ୍ଲି ଅଭିଯୁକ୍ତ ସ୍ୱାମୀକୁ ଏହି ଘଟଣାରେ ସାହାଯ୍ୟ କରିଥିଲା ବୋଲି ସେମାନେ ଅଭିଯୋଗ ରେ ଦର୍ଶାଇଛନ୍ତି । ଏଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବା ନେଇ ଆଜି ଗ୍ରାମବାସୀଙ୍କ ତରଫରୁ ଉକ୍ତ ଗ୍ରାମର ସଚେତନ ନାଗରିକ କପିଳେଶ୍ୱର ପଧାନ, ୱାର୍ଡ ମେମ୍ବର ଭୁଜ ଧରୁଆ, ରବି ମଲ୍ଲିକ, ରାମ କୁମ୍ଭାର ବିନିକା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି ।

ଏ ନେଇ ପୁଲିସ କୌଣସି ମାମଲା ରୁଜ୍ଜୁ କରିନଥିବା ବେଳେ ଘଟଣା ର ସତ୍ୟାସତ୍ୟ ଯାଞ୍ଚ କରୁଛି । ଅଭିଯୋଗ ହେବା ପରେ ପୁଲିସ ଉକ୍ତ ଗ୍ରାମକୁ କୁ ଯାଇ ତଦନ୍ତ କରିଥିବା ବେଳେ ଯେହେତୁ ଘଟଣା କୁ ତିନି ଦିନ ହେଇ ଗଲାଣି କାହିଁକି ଏତେଦିନ ପର୍ଯ୍ୟନ୍ତ ଅଭିଯୋଗ ହେଉନଥିଲା ବୋଲି ପୁଲିସ ସନ୍ଦେହ କରୁଛି । ଏ ପଟେ ମୃତକ ମହିଳା ଙ୍କ ବାପଘର ଲୋକ ବି ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ କରିନାହାନ୍ତି । ଏ ବିଷୟରେ ବିନିକା ଥାନା ଅଧିକାରୀ ପବିତ୍ର ସାହୁ ଙ୍କୁ ପଚାରିବାରୁ ଅଭିଯୋଗ ପରେ ମୃତ ମହିଳା ଙ୍କ ବାପଘର ଲୋକ ଏବଂ ସମ୍ପର୍କୀୟ ମାନଙ୍କୁ ଡାକି ପଚରା ଉଚରା କରାଯାଉଛି । ତଦନ୍ତ ପରେ ଆସନ୍ତାକାଲି ଏହା ହତ୍ୟା ନା ଆଉ କିଛି ବୋଲି ସତ୍ୟାସତ୍ୟ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି ।