ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ଦୁଇ ଗିରଫ

0
87
ଓଡିଶା ସିମକାର୍ଡକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/୦୫) : ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା । ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ୨ ସହଯୋଗୀ ଅଟକ ।

ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ । ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ୨ ଜଣଙ୍କୁ ଉଠାଇ ଆଣିଲା ଏସଟିଏଫ୍ । NIA ଓ IBକୁ ଏ ନେଇ STF ପକ୍ଷରୁ ତଥ୍ୟ ଦିଆଯାଇଥିବା ସୂଚନା । ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ । ଆବଶ୍ୟକ ସ୍ଥଳେ IT ଏକ୍ସପର୍ଟ ସୋସିଆଲ ମିଡିଆ ବ୍ୟବହାର ନେଇ ମଧ୍ୟ ଯାଞ୍ଚ କରିବେ । ସେପଟେ ଆସନ୍ତା କାଲିଠୁ ପଠାଣି ସାମନ୍ତକୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବ ଏସଟିଏଫ । ତଦନ୍ତ ବେଳେ ଏସଟିଏଫକୁ ମିଳିଛି ସାଙ୍ଘାତିକ ତଥ୍ୟ । କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣା ହୋଇଥିଲା ସେନେଇ ଖୋଳତାଡ଼ ଚାଲିଥିବା ବେଳେ ଟେଲିକମ ପ୍ରଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ। ପୂର୍ବରୁ ଅଫିସିଆଲ ଡାଟା ଲିକ ନେଇ ମଧ୍ୟ ଜଲପାଇଗୁଡି ଥାନାରେ ମାମଲା ରହିଛି। ସେହିପରି ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ମଧ୍ୟ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ଚିଠି ଲେଖିଛି ଏସଟିଏଫ।