ବନ ବିଭାଗ ଚଢାଉ ରେ ପାଟମୂଷା ଜବତ

0
179
ବନ ବିଭାଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୧/୦୫) : ଗଜପତି ଜିଲ୍ଲା ଲୁହାଗୁଡ଼ି ଛକ ଠାରେ ଥିବା ରାଜପୁତ ଢ଼ାବାରେ ଚଢାଉ କରିଛି ବନ ବିଭାଗ ।

ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏମ ଆନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଅଶୋକ ବେହେରାଙ୍କ ନେତୃତ୍ୱରେ ଢ଼ାବାରେ ଚଢାଉ ହୋଇଥିବା ବେଳେ ଏକ ପାଟମୂଷା କୁ ଜବତ କରିଛି ବନ ବିଭାଗ । ଏହି ପାଟମୂଷା ଟି ୧୯୭୨ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଏହା ସେଡ୍ୟୁଲ ୧ ରେ ରହିଛି। ବର୍ତ୍ତମାନ ଏହି ମାମଲାରେ ରାଜପୁତ ଢ଼ାବା ମାଲିକଙ୍କୁ ବନ ବିଭାଗ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଅତିରିକ୍ତ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାସ ବେହେରାଙ୍କ ସମେତ ବହୁ ବନ କର୍ମଚାରୀ ସାମିଲ ଥିଲେ ।