କଳହ କାରଣରୁ ରଶି ଲଗେଇ ଯୁବକଙ୍କ ଆତ୍ମହତ୍ୟା

0
79
ଲଗେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୨/୦୫) : ଯୁବକଙ୍କ ଆତ୍ମହତ୍ୟା । ଘରୋଇ କଳହ ନେଳା ଯୁବକଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲାରେ ।

ଢ଼େଙ୍କାନାଳ ଆର ଡବଲୁଏସଏସରେ କାର୍ଯ୍ୟରତ ଜେଇ କ୍ଷେତ୍ରବାସୀ ବେହେରାଙ୍କ ପୁଅଙ୍କ ଆତ୍ମହତ୍ୟା । ମୃତକ ୨୩ ବର୍ଷୀୟ ଯୁବକ ହେଲେ ଶୁଭକାନ୍ତ ବେହେରା । ଘରୋଇ କଳହ କାରଣରୁ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଏ ନେଇ ଟାଉନ ପୋଲିସ ତଦନ୍ତ ଜାରି ରଖିଛି । ଗତକାଲି ଶୁଭକାନ୍ତ ଏବଂ ତାଙ୍କ ଭାଇଙ୍କ ସହ କିଛି ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଶୁଭକାନ୍ତ ରାଗି ଯାଇ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ଘଟରା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।