୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

0
89
ଡାକରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୨/୦୫) : ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଜିଲ୍ଲା ବିଜେପିର ବନ୍ଦ ପାଳନ ।

ଜିଲ୍ଲାର ସମସ୍ତ ଦୋକାନ ବଜାର, ଯାନ ବାହନ, ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ, କଲେଜ ଗୁଡିକକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୁରଭଞ୍ଜ ଗସ୍ତ ସମୟରେ ବିଦ୍ୟୁତ୍ ବିଭ୍ରାଟ ଓ ଅନ୍ୟାନ୍ୟ ଅବ୍ୟବସ୍ଥାକୁ ନେଇ ପ୍ରତିବାଦ କରାଯାଉଛି । ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ବନ୍ଦ ପାଳନ କରାଯାଉଛି ।