ବୁଢିମା ମନ୍ଦିର ପ୍ରତିଷ୍ଠା ଢେରାପଡା ଚଳଚଞ୍ଚଳ ଯଜ୍ଞମଣ୍ଡପରେ ଆବାହନ ସର୍ବ ଦେବାଦେବୀ

0
78
ବୁଢିମା ମନ୍ଦିର ପ୍ରତିଷ୍ଠା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୫) : ବୁଢିମା ମନ୍ଦିର ପ୍ରତିଷ୍ଠା ଢେରାପଡା ଚଳଚଞ୍ଚଳ ଯଜ୍ଞମଣ୍ଡପ ରେ ଆବାହନ ସର୍ବ ଦେବାଦେବୀ ପଣ୍ଡିତ ଙ୍କ ମନ୍ତ୍ର ଧ୍ୱନି ରେ ଭାବଗମ୍ଭୀର ହୋଇ ଉଠିଛି ଢେରାପଡା ସ୍ଥିତ ସମଗ୍ର ପରିବେଶ ।

ଗତକାଲି କଳସାଧିବାସ ପରେ ମଣ୍ଡଳପୂଜନ କ୍ରମରେ ଗୌରୀ ତିଳକ ମଣ୍ଡଳ, ବାସ୍ତୁ ମଣ୍ଡଳ, କ୍ଷେତ୍ରପାଳ ମଣ୍ଡଳ, ନବଗ୍ରହ ମଣ୍ଡଳ, ବିଷ୍ଣୁ ସର୍ବତୋଭଦ୍ର ମଣ୍ଡଳ, ଦୁର୍ଗା ସର୍ବତୋ ଭଦ୍ର ମଣ୍ଡଳ, ଏକଲିଙ୍ଗ ଭଦ୍ର ମଣ୍ଡଳ ଓ ଯୋଗିନୀ ମଣ୍ଡଳ ରେ ବିଭିନ୍ନ ପୂଜାହେବାସହ ଆଜି ସକାଳୁ ସୂର୍ଯ୍ୟ ପୂଜା, ଗ୍ରହପୂଜା, ଗୋ ପୂଜା, ଗୁରୁ ପୂଜନ, ସର୍ବ ଦେବାଦେବୀ ପୂଜନ, ଅଗ୍ନି ସ୍ଥାପନମ୍ ପରେ ଆରତୀ ପୁଷ୍ପାଞ୍ଜଳି କରାଯାଇଛି । ଯଜ୍ଞ ମଣ୍ଡପରେ ମୁଖ୍ୟ ଆଚାର୍ଯ୍ୟ ଭାବରେ ରାଧେଶ୍ୟାମ ପୁରୋହିତ, ବ୍ରହ୍ମା ଶିବନାରାୟଣ ପୂଜାରୀ ଓ ଜାପକ ଭାବରେ ରାମାନୁଜ, ଗଣେଶ ଓ ଆନନ୍ଦ କର୍ମ ତୂଳାଉଥିବା ବେଳେ କର୍ତ୍ତାଭାବରେ ବି. ଗୌରୀ ଶଙ୍କର ଓ ତାଙ୍କ ଧର୍ମପତ୍ନୀ ସରସ୍ୱତୀ ଦେବୀ ନ୍ୟସ୍ତ ଅଛନ୍ତି ଗୋବିନ୍ଦ, ଦୟାନିଧି, ନାରାୟଣ ସିମାଞ୍ଚଳ ଓ ରାମକୁମାର ପାତ୍ର ପ୍ରମୁଖ ସମସ୍ତ କାମରେ ସହାୟତା କରିଛନ୍ତି । ବୁଢିମା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ବେଳେ ଉକ୍ତ ଦିନ ପୂର୍ଣ୍ଣାହୂତି ସହ ବୁଢିମା ଠାକୁରାଣୀ ଙ୍କ ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି ।