ଗଞ୍ଜେଇ ସମେତ ବାଇକ ଜବତ, ୨ ଅଭିଯୁକ୍ତ ଗିରଫ

0
73
ଗଞ୍ଜେଇ ସମେତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୩/୦୫) : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ତରଫରୁ ଗଞ୍ଜେଇ ସମେତ ବାଇକ ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l

ଗଞ୍ଜେଇ ଚୋରା ଚାଲାଣ ବିଷୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଥାନାଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ୱରେ ଥାନାର ଏକ ଟିମ ରାସ୍ତାରେ ଛପି ରହିଥିଲେ l ଏହି ସମୟରେ ଉମା ପାର୍ଶ୍ୱରୁ ଦୁଇଜଣ ବ୍ୟକ୍ତି ଗୋଟିଏ ହିରୋ ଏଚଏଫ ଡିଲକ୍ସ (ଓଡି୨୭ବି୯୭୨୮) ବାଇକରେ ଆସୁଥିବା ବେଳେ ଖୁଣ୍ଟିଗୋରା ଛକ ନିକଟରେ ସନ୍ଦେହରେ ପୋଲିସ ଟିମ ଅଟକାଇ ଥିଲେ l ଯାଞ୍ଚ କରିବାରୁ ଗୋଟିଏ ବସ୍ତାରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ l ଗଞ୍ଜେଇ ସମେତ ବାଇକ ଜବତ କରିବା ସହିତ ଅଭିଯୁକ୍ତ ଦୁଇଜଣକୁ ଗିରଫ କରି ଥାନାକୁ ଆଣିଥିଲେ l ଜବତ ଗଞ୍ଜେଇ ଓଜନ କରିବାରୁ ୨୦ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା ଲ

ଅଭିଯୁକ୍ତ ଦୁଇବ୍ୟକ୍ତି ହେଲେ ଘଣ୍ଟାପଡା ଥାନା ଅଧିନ ଉମା ଗ୍ରାମର ରବି ମହାନନ୍ଦ(୩୬) ଏବଂ ମଧ୍ୟପ୍ରଦେଶ ରାଜ୍ୟ ଛତ୍ରପୁର ଜିଲ୍ଲା ବିଜୱାର ଥାନା ଅନ୍ତର୍ଗତ ପଠାରୀ ଗ୍ରାମ ୱାର୍ଡ ନଂ-୩ ର ଆବିଦ୍ ଖାନ୍ (୧୯) ବୋଲି ଜଣାପଡିଛି l ଜବତ ଗଞ୍ଜେଇ ଓ ବାଇକର ଅନୁମାନିକ ମୂଲ୍ୟ ୧ଲକ୍ଷ ୨୦ ହଜାର ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି l ଏନେଇ ୪୩/୨୩ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦୁଇଜଣଙ୍କୁ ଅଦାଲତ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି l