୧୪୫ ଲିଟର ମଦ ଜବତ ୩ ଗିରଫ

0
94
୧୪୫

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୨୨/୦୫ ) : ବିନିକା ବ୍ଲକ ଅନ୍ତର୍ଗତ ଖୁଡିଆବାହାଲ ଓ ବିଶାଲପାଲି ରେ ୧୪୫ ଲିଟର ଦେଶୀ ମଦ ଜବତ କରାଯାଇଥିବା ସହ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଳେ ଖୁର୍ଡିଆବାହାଲ ଗ୍ରାମର ଗଙ୍ଗାଧର ସାହୁ ଏବଂ ତାଙ୍କ ପୁଅ ରୋହିତ ସାହୁ ଏବଂ ବିଶାଲପାଲି ଗ୍ରାମର ଗୀତାଞ୍ଜଳି ବରିହା । ସୂଚନା ଅନୁସାରେ ଏକଜୁକେଟିଭ ମାଜିଷ୍ଟ୍ରେଟ ଏବଂ ଏପିଆର ଫୋର୍ସ ର ମିଳିତ ଭାବରେ ଉକ୍ତ ଗ୍ରାମ ଗୁଡିକରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ରେ ଗଙ୍ଗାଧର ଙ୍କ ଠାରୁ ୧୦୦ ଲିଟର, ରୋହିତ ଙ୍କ ଠାରୁ ୩୦ ଲିଟର ଏବଂ ଗୀତାଞ୍ଜଳି ଙ୍କ ଠାରୁ ୧୫ ଲିଟର ଏହିପରି ସର୍ବମୋଟ ୧୪୫ ଲିଟର ମଦ ଜବତ କରାଯାଇଛି । ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଖୁଡିଆବାହାଲ ଗ୍ରାମର ଅଭିଯୁକ୍ତ ବାପପୁଅ କୁ ଏସ ରାମପୁର କୋର୍ଟ ରେ ହାଜର କରାଯାଇଥିବା ବେଳେ ବେଲ ନାମଞ୍ଜୁର ହେବାରୁ ସୋନପୁର ଜେଲ ହାଜତ କୁ ପଠାଯାଇଛି । ବିଶାଲପାଲି ଗ୍ରାମର ଅଭିଯୁକ୍ତ ଗୀତାଞ୍ଜଳି ଙ୍କୁ ବିନିକା କୋର୍ଟ ରେ ହାଜର କରାଯାଇଥିଲା । ସେଠାରେ ଜାମିନ ମଞ୍ଜୁର ହୋଇଛି । ଏହି ଚଢ଼ାଉ ରେ ଅବକାରୀ ନିରୀକ୍ଷକ ସୁଧୀର ମିଶ୍ର, ବଳବିର ଗଡ଼ନାଏକ, ଏଏସଆଇ ପ୍ରଶାନ୍ତ ପରିଡା, ପୃଥ୍ୱୀରାଜ କୁଆଁର, ପିଣ୍ଟୁ ସାହୁ, କନଷ୍ଟେବଳ ଗଣପତି ପଣ୍ଡା, ରିଙ୍କି ସେଠ, ନମିତା ବାଦି, ଲଲାଜୀ ବରିହା, ପ୍ରଭାତ ସାହୁ, ଆକାଶ ସାହୁ ପ୍ରମୁଖ ସାମିଲ ଥିଲେ ।