ସୂତାକଳ ର ଭାଗ୍ୟ ଏବେ ସୂତାଖିଅ ରେ ଝୁଲୁଛି, ପୁନଃ ଉଦ୍ଧାର ପାଇଁ ଉଠୁଛି ଦାବି

0
83
ସୂତାକଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୮/୦୫) : ସାରା ଭାରତ ବର୍ଷ ରେ ସୋନପୁର ଜିଲ୍ଲା ବୟନ ଶିଳ୍ପ ପାଇଁ ବେଶ ପ୍ରସିଦ୍ଧ l ପୂର୍ବ ରୁ ଖ୍ୟାତି ଥିବା ସୋନପୁର ସୂତାକଳ ଯେଭଳି ସୋନପୁର ରେ ପ୍ରସ୍ତୁତ ଲୁଗା ମଧ୍ୟ ସେହିଭଳି l

ସୋନପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ପ୍ରାକ ସ୍ୱାଧୀନତା କାଳ ରୁ ଆରମ୍ଭ ହୋଇଥିଲା ଉଦ୍ୟମ l ପୂର୍ବରୁ ମହାରାଜା ସୁଧାଂଶୁ ଶେଖର ସିଂଦେଓଙ୍କ ଉଦ୍ୟମ ରେ ସୋନପୁର ସହର ରେ ପ୍ରତିଷ୍ଠା ହୋଇଥିଲା ସୋନପୁର ବୟନ କଳ ବା ସୋନପୁର ସୂତାକଳ l ବୟନ ଶିଳ୍ପର ଅଭିବୃଦ୍ଧି ପାଇଁ ଭାରତ ସ୍ୱାଧୀନତା ପରେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଥିଲା ଏକମାତ୍ର ଶିଳ୍ପ କାରଖାନା ସୋନପୁର ସୂତାକଳ l ତେବେ କାଳ ର କରାଳରେ ଏହି ସୂତାକଳ ର ଭାଗ୍ୟ ଏବେ ସୂତାଖିଅ ରେ ଝୁଲୁଛି l ତାହା ଧୀରେ ଧୀରେ ଜରାଜୀର୍ଣ୍ଣ ହେବାରେ ବସିଛି l ଚଉଦ ରୁ ପନ୍ଦର ଶହ ପରିବାର କୁ ଦାନା ଯୋଗାଉଥିବା ଏହି ସୂତାକଳ ଧୀରେ ଧୀରେ ଇତିହାସ ର ମୁକସାକ୍ଷୀ ହେବାକୁ ଯାଉଛି l ନାହିଁ ନାହିଁ ରେ କେବଳ ହାତଗଣତି କିଛି କର୍ମଚାରୀ ଙ୍କୁ ନେଇ ଧର୍ମକୁ ଆଖିଠାର ଭଳି ଏହି କାରଖାନା ତାଲା ଖୋଲା ଯାଉଛି l ଶୁଣାଯାଉଛି କାମ କରିବାକୁ ଆଉ ପ୍ରଯ୍ୟାପ୍ତ ଓ ଉନ୍ନତଧରଣର ଯନ୍ତ୍ରପାତି ମଧ୍ୟ ଆଉ ନାହିଁ l ତେବେ ସୁବର୍ଣ୍ଣପୁର ଏବେ ଶିଳ୍ପ ବିହୀନ ଜିଲ୍ଲା ହେବାକୁ ଯାଉଥିବା କଥାକୁ ଏଡାଇ ଦିଆଯାଇ ନ ପାରେ l

୧୯୮୨ ମସିହାରେ ସୂତାକଳ ନିର୍ମାଣ ଆରମ୍ଭ ହୋଇ ଦୁଇ ବର୍ଷ ରେ ସମାପ୍ତି ହୋଇଥିଲା ତେବେ ୧୯୮୪ ମସିହାରେ ସୋନପୁର ସୂତାକଳରୁ ଆରମ୍ଭ ହୋଇଥିଲା ସୂତା ଉତ୍ପାଦନ l ଏହି ସୂତା କଳ ରେ ନିଯୁକ୍ତି ହୋଇଥିଲେ ପନ୍ଦର ଶହ ଶ୍ରମିକ ଏହା ଶହ ତିନୋଟି ସିପ୍ଟ ରେ ଶ୍ରମିକ ମାନେ କାମ କରି ଦୈନିକ ଛଅ ହଜାର କେଜି ସୂତା ଉତ୍ପାଦନ କରୁଥିଲେ l ତେବେ ସତର ବର୍ଷ ଯାଏ ଠିକଠାକ ଚାଲିଥିଲା ଏହି ସୂତାକଳ l ଧୀରେ ଧୀରେ ପରିଚାଳନା ଗତ ତ୍ରୁଟି ଓ ସରକାରଙ୍କ ଉଦାସୀନତା ଯୋଗୁ ବହୁ କ୍ଷତି ଦେଖାଦେବାରେ ଲାଗିଲା ଓ ୨୦୦୧ ମସିହା ରେ ସୋନପୁର ଜିଲ୍ଲାର ଏହି ଏକମାତ୍ର ସୂତାକଳବନ୍ଦ ହୋଇଗଲା l ରୋଜଗାର ରୁ ବଞ୍ଚିତ ହେଲେ ଶ୍ରମିକ ମାନେ l ଦୀର୍ଘ ପାଞ୍ଚ ବର୍ଷ ଧରି ବନ୍ଦ ପଡିରହିବା ପରେ ଶେଷ ରେ ଏହି କାରଖାନା ୨୦୦୬ ସେପ୍ଟେମ୍ବର ରେ ଫିରୋଜା ଭିନୟ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ କୁ ବିକ୍ରି ହୋଇଗଲା ସୋନପୁର ସୂତା କଳ l

ତେବେ ସେହିଦିନ ଠାରୁ ପୁନଃ ଉଦ୍ଧାର ବଦଳ ରେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ଶହ ଧୀରେ ଧୀରେ ଏହା ସୋନପୁର ବାସୀଙ୍କ ପାଇଁ ଇତିହାସ ର ମୁକସାକ୍ଷୀ ହେବାକୁ ଯାଉଛି l ତେବେ ବୁଦ୍ଧିଜୀବୀ ମାନେ କହନ୍ତି ସୂତାକଳ ବନ୍ଦ ହୋଇ ଯିବା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହୋଇଛି ଓ ଏହି ସୂତାକଳ ଚଳୁଥିଲେ କପାଚାଷି ମାନେ ଅଭାବୀ ବିକ୍ରିର ଶିକାର ହୁଅନ୍ତେ ନାହିଁ ଓ ପନ୍ଦରଶହ ଶ୍ରମିକ ଆଜି ରୋଜଗାରରେ ଥାନ୍ତେ l ତେଣୁ ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ସୋନପୁର ସୂତାକଳ କୁ ଶୀଘ୍ର ନିଜ ହାତକୁ ନେଇ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ସଚେତନ ମହଲରେ ଦାବି ହେଉଛି l