ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା

0
360
ପ୍ରଧାନ ଶିକ୍ଷକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୫) : ଆଜି କାଶୀନଗର ସହର ର ଲବ୍ଧ ପ୍ରତିଷ୍ଠା ପାଇଥିବା ହରିଜନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।WhatsApp Image 2023 05 31 at 11.13.47 1 ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଜି ଅନୁଷ୍ଠିତ ହୋଇଥିବା ଏହି ବିଦାୟ ସମ୍ମାନ ସଭା ରେ ସ୍କୁଲ କମିଟି ସଭାପତି ଶ୍ରୀ ପାଟନୁରୁ ରାମା ରାଓ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା, କାଶୀନଗର ର ପୂର୍ବତନ ଚେୟାରମ୍ୟାନ ଶ୍ରୀ ସିର୍ଲା ବୈକୁଣ୍ଠ ରାଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଶିକ୍ଷକ ନେତା ଜଗଦୀଶ ପାତ୍ର, ଶିକ୍ଷକ ଶ୍ରୀ ଏମ ଶ୍ରୀନିବାସ ରାଓ ସିଅରସିସି ଶ୍ରୀ ଆର.ମଧୁ ଯୋଗ ଦେଇ ବିଦାୟ ନେଉଥିବା ପ୍ରଧାନ ଶିକ୍ଷକ ଶ୍ରୀ ବିନାୟକ ଲେଙ୍କା ଙ୍କ ବିଷୟ ରେ ନିଜ ନିଜର ମତ ପ୍ରକାଶ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଶିକ୍ଷକ ଶ୍ରୀ ଈଶ୍ୱର ରାଓ ସ୍ୱାଗତ ଭାଷଣ ଦେଇଥିଲେ । ଶ୍ରୀ ପାତ୍ର ଏହା ବିଦାୟ କାଳୀନ ସଭା ନୁଁହ ଏହା ଏକ ସମ୍ମାନ ସଭା ବୋଲି କହିଥିଲେ । ଶିକ୍ଷା ର କେବେ ପରିସମାପ୍ତି ନ ଥାଏ ବୋଲି କହିଥିଲେ । ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର ମଧ୍ୟ ଯୋଗ ଦେଇଥିଲେ । ଶେଷ ରେ ବିଦ୍ୟାଳୟ ଓ ଅତିଥି ମାନଙ୍କ ତରଫରୁ ଉପଢୌକନ ଓ ପ୍ରଶସ୍ତି ପତ୍ର ଦେଇ ବିଦାୟ ଦିଆଯାଇ ଥିଲା ।