ଦେବସ୍ନାନ ପୂର୍ଣ୍ଣିମା ପାଇଁ ପାତାଳି କ୍ଷେତ୍ର ରେ ନୂତନ କୂଅ ପ୍ରତିଷ୍ଠା

0
145
ପାଇଁ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୩୧/୦୫) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳି କ୍ଷେତ୍ର କୋଟସମଲାଇ ଠାରେ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ନୂତନ କୂଅ ପ୍ରତିଷ୍ଠା କରାଯାଇଛି ।

ଗତ ୧୨ ବର୍ଷ ହେବ ମହାନଦୀ ଜଳ ରେ ମହାପ୍ରଭୁ ସ୍ନାନ କରିଥିବା ବେଳେ ଚଳିତ ବର୍ଷ ନୂତନ କୂଅ ର ୧୦୮ପୂର୍ଣ୍ଣ କୁମ୍ଭ ସୁବାସିତ ଜଳରେ ସ୍ନାନ ନୀତି କରାଯିବ । ଏହି ନୂତନ କୂଅ ପ୍ରତିଷ୍ଠା ଉତ୍ସବରେ ଯଜ୍ଞାଚାର୍ଯ୍ୟ ଭାବରେ ପଣ୍ଡିତ ଦେବାର୍ଚ୍ଚନ ଦାଶ, ଚିତ୍ତରଞ୍ଜନ ପାଢୀ, ବଦ୍ରିନାରାୟଣ ଶତପଥି ଓ କର୍ତ୍ତା ଭାବରେ ଚମରା ଅମାତ କାର୍ଯ୍ୟ ସମ୍ପାଦନ କରିଥିଲେ । ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ ।